Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନାଢିପାରେ ବନ୍ୟପ୍ରାଣୀ ସୁରକ୍ଷା ଓ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଆଲୋଚନା

ଜମନକିରା: ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ସର୍ବାଧିକ ପୁରାତନ ସ୍କୁଲ କେନାଢିପା ସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଅମୋଘ ବଇରୀ ଗଞ୍ଜାମ ନାଏକଙ୍କ ସଭାପତିତ୍ବରେ ବନ୍ୟ ପ୍ରାଣୀ ସୁରକ୍ଷା ଓ ବୃକ୍ଷ ରୋପଣର ଆବଶ୍ୟକତା ଶୀର୍ଷକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ପରିବେଶବିତ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ବ୍ୟାପକ ବୃକ୍ଷ ରୋପଣ ଓ ଜଙ୍ଗଲ ସୁରକ୍ଷା ମାଧ୍ୟମରେ ହିଁ ବନ୍ୟ ପ୍ରାଣୀର ସୁରକ୍ଷା ନିହିତ ବୋଲି ମତ ଦେଇଥିଲେ। ବରିଷ୍ଟ ଶିକ୍ଷକ ଈଶ୍ୱରଚନ୍ଦ୍ର ପଧାନ ମୁଖ୍ୟବକ୍ତା ଓ କୁଚିଣ୍ଡା ଏସବି ଆଇଲାଇଫ ର ସହକାରୀ ପରିଚାଳକ ଆଲ୍ଫା ନାଏକ ଓ ପରିଚାଳନା କମିଟି ସଭାପତି ପବିତ୍ର ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ନାୟକଙ୍କୁ ଚଳିତ ବର୍ଷ ଜମନକିରା ବ୍ଲକ ରୁ ପ୍ରକୃତି ବନ୍ଧୁ ପୁରସ୍କାର ପାଇଥିବାରୁ ଏବଂ ଏହା ତାଙ୍କର ତୃତୀୟ ବାର ସମ୍ମାନ ହୋଇଥିବାରୁ ତାଙ୍କୁ ମାନପତ୍ର ଓ ଉପଢୋକନ ଦେଇ ସମ୍ମାନିତ କରାଯାଇଥିଲା। ସମଗ୍ର କର୍ଯ୍ୟକ୍ରମକୁ ମଣ୍ଟୁ ପ୍ରଧାନ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଅନ୍ତର୍ଯ୍ୟାମୀ ମହାରଣା ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହାପରେ ଇକୋ କ୍ଲବ୍ ଦାୟିତ୍ବରେ ଥିବା ସହକାରୀ ଶିକ୍ଷୟିତ୍ରୀ ପୂଜାରାଣୀ ଖମାରୀ, ଧିଲେଶ୍ୱର ପାତ୍ର, ସଂଗୀତା ବିଶ୍ଵାଳ, ମଧୁସ୍ମିତା ନାୟକ ଓ ସରୋଜିନୀ ରାଉତଙ୍କ ନେତୃତ୍ୱରେ ସ୍କୁଲ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଭିତରୁ ସଂଗ୍ରାମ ଦେହୁରୀ, ଆୟୁଶି ମହାପାତ୍ର, ଅର୍ପଣ ଧୂରୂଆ ଓ ସତ୍ୟମ ଧୁରୁଆଙ୍କ ନେତୃତ୍ୱରେ ବିଭିନ୍ନ ସ୍ଲୋଗାନ ଦେଇ ପ୍ରକୃତି ସୁରକ୍ଷା ପାଇଁ ଜନ ସଚେତନତା କରାଯିବା ସହ ସ୍କୁଲ ଓ ନିଜ ଅଞ୍ଚଳକୁ ସବୁଜ ସୁନ୍ଦର କରିବା ପାଇଁ ଶପଥ ନେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ନାୟକ ଶପଥ ପାଠ କରେଇ ଥିବାବେଳେ ସାମାଜିକ କର୍ମୀ ଡିକୁ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

More Stories