Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ ଆଘାତରେ ସରପଞ୍ଚ ଶାଶୁ”ଙ୍କ ମୃତ୍ୟୁ

ଜମନକିରା : ଜମନକିରା ଥାନା ପାଟବନ୍ଧା ଗାଁରେ ଆଜି ଘଟିଛି ଏକ ଅଘଟଣ। ବିଦ୍ୟୁତ ଆଘାତରେ ଜମନକିରା ପଞ୍ଚାୟତରେ ସରପଞ୍ଚ ଥିବା ଯଜ୍ଞସିନି ନାଏକଙ୍କ ଶାଶୁଙ୍କ ମୃତ୍ୟୁ ହୋଇଯାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଆସନ୍ତା କାଲି ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଡାକ୍ତରଖାନା କୁ ପଠେଇବ ବୋଲି ଜଣାଯାଇଛି।
ପୋଲିସର ସୂଚନା ଅନୁସାରେ, ଆଜି ସକାଳୁ ସରପଞ୍ଚ ଶ୍ରୀମତୀ ଯଜ୍ଞସିନି ଓ ତାଙ୍କ ଶାଶୁ ମିଶି ଜମିକୁ ଧାନ ରୁଇବା ପାଇଁ ଯାଇଥିଲେ। ଅପରାହ୍ନରେ ଚାଷ କାମ ସାରି ପୋଖରୀରେ ଗାଧେଇ ପାଧେଇ ଘରକୁ ଆସିଥିଲେ। ଘରେ ପହଞ୍ଚି ସରପଞ୍ଚ ଘର ଭିତରକୁ ଚାଲି ଯାଇଥିଲେ। ଶାଶୁ ଦାଣ୍ଡରେ କିଛି ସମୟ ଛିଡ଼ା ହୋଇଥିଲେ। ସେହି ସମୟରେ ଏକ ଛଡ଼ରେ ଲାଗିଥିବା ବିଦ୍ୟୁତ ତାରକୁ ଛୁଇଁ ଦେବାରୁ ଆଘାତ ପାଇ ତଳେ ପଡ଼ି ଯାଇଥିଲେ। ପରେ ସରପଞ୍ଚ ଆସି ଦେଖିବା ବେଳେ ଶାଶୁ ତଳେ ପଡ଼ିଥିବା ଦେଖି ଉଠେଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ତାଙ୍କୁ ମଧ୍ୟ କରେଣ୍ଟ ଦ୍ଵାରା ଝଟକା ଲାଗିଥିଲା। ମାତ୍ର ସେ ନିଜକୁ ନିୟନ୍ତ୍ରଣ କରିଥିଲେ। ସାଙ୍ଗେ ସାଙ୍ଗେ ଶାଶୁଙ୍କ ସ୍ବାମୀଙ୍କ ସହ ମିଶି ଜମନକିରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପୋଲିସ ଘରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

More Stories