Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶିଷ୍ଟ ସାହିତ୍ୟିକ କୁମାର ହସନଙ୍କ ବିୟୋଗରେ ସୁବାସ ନାୟକଙ୍କ ଶୋକ

ଜମନକିରା : ପ୍ରଖର କ୍ରାନ୍ତିକାରୀ କବି, ଅନୁବାଦକ ତଥା ବରିଷ୍ଠ ସାମ୍ବାଦିକ କୁମାର ହସନ୍ (୬୩)ଙ୍କ ବିୟୋଗରେ କବି, ଲେଖକ ଓ ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଓଡିଶାର ଜଣେ ବିଶିଷ୍ଟ ସାହିତ୍ୟିକ, ସଂଗଠକ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେ ଜଣେ ମେଳାପୀ, ମିଷ୍ଠଭାଷୀ ଓ ବନ୍ଧୁ ବତ୍ସଳ ସାମ୍ବାଦିକ ତଥା କ୍ରାନ୍ତିକାରୀ ଲେଖକ, କବି, ଅନୁବାଦକ ଭାବେ ସାରା ରାଜ୍ୟରେ ସୁଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ଅକାଳ ବିୟୋଗ ସାରସ୍ଵତ ଜଗତରେ ଅପୂରଣୀୟ କ୍ଷତି ହୋଇଛି ବୋଲି ତାଙ୍କ ଶୋକ ବାର୍ତ୍ତାରେ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ