Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଧାର ସଂଶୋଧନ ନେଇ ଜର୍ଜରିତ ସାଧାରଣ ଲୋକେ

ସରକାରଙ୍କ ପ୍ରଣୋଦିତ “ଆଧାର” ସାରା ଦେଶବାସୀଙ୍କ ଲାଗି ପ୍ରଯୁଜ୍ୟ ଏବଂ ବାଧ୍ୟତାମୂଳକ| ଯାହାର ଫାଇଦା ଉଠାଉଛନ୍ତି ବହୁ ଅସାଧୁ ବ୍ୟକ୍ତି| ଆଧାରରେ ହେଉଥିବା ତ୍ରୁଟି ଗୁଡିକର ସଂଶୋଧନ ତଥା ମୋବାଇଲ ନଂ ଲିଙ୍କ ଆଦି ନେଇ ଜର୍ଜରିତ ହେଉଛନ୍ତି ସାଧାରଣ ଲୋକେ| ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅଞ୍ଚଳରେ| ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜନସାଧାରଣ| ପ୍ରକାଶ ଥାଉ କି ପୂର୍ବରୁ ଆଧାର ସଂଶୋଧନ ଆଦି ଲାଗି ଜନସେବା କେନ୍ଦ୍ର ଗୁଡିକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା| ଯେଉଁଠି ସରକାରୀ ନିୟମ ଅନୁସାରେ ପଚାଶ ଟଙ୍କା ଦେୟ ଏବଂ ଅନଲାଇନ ଚାର୍ଜ ମିଶ୍ରିତ ପାଖାପାଖି ଏକ ଶହ ଟଙ୍କା ଦେଉଥିଲେ ସାଧାରଣ ଜନତା| ପରେ ଜନସେବା କେନ୍ଦ୍ର ଗୁଡିକରୁ ଏହି ସେବା ପ୍ରତ୍ୟାହାର ପୂର୍ବକ ଡାକଘର ବା ପୋଷ୍ଟାଲକୁ ଏହି ସେବା ଲାଗି ନିର୍ଦେଶ ଜାରିହେଲା| ସାଧାରଣ ଜନତା ଭାବିଥିଲେ ଯେ ସରକାରୀ କ୍ଷେତ୍ରରେ ଉତ୍ତମ ସୁବିଧା ସହ ସଠିକ ମୂଲ୍ୟ ଦ୍ୱାରା ସମସ୍ୟା ସମାଧାନ ହୋଇପାରିବ| କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଶାତିତ ସେବା ଠିକ ଓଲଟି ଯାଇଛି| ପୋଷ୍ଟ ଅଫିସରେ ଏହି କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ବିଭିନ୍ନ ଅନଲାଇନ ସେଣ୍ଟର ସହ ସମ୍ପର୍କ ରଖି ଅପରାହ୍ନ ରୁ ରାତିଯାଏ ଆଧାର ସମ୍ବନ୍ଧିତ କାର୍ଯ୍ୟ କରି ୨ଶହ ରୁ ଉର୍ଦ୍ଧ ଟଙ୍କା ନେଉଥିବା ଅଭିଯୋଗ ହେଉଛି| ବାଧ୍ୟ ହୋଇ ସାଧାରଣ ଜନତା ଏହି ଦେୟ ପୈଠ କରିବା ସହ କାନ ମୁଣ୍ଡ ଆଉଁସି ରହୁଛି| ସୂଚନା ଅନୁସାରେ ପୂର୍ବରୁ ଦଶରଥପୁର ପୋଷ୍ଟ ଅଫିସ ଏବଂ ଖାନନଗର ପୋଷ୍ଟ ଅଫିସରେ ଆଧାର କାର୍ଯ୍ୟ କରାଯାଉଥିଲା| ବର୍ତ୍ତମାନ ଏହି ସ୍ଥାନରେ ଆଧାର ଆଦି କାର୍ଯ୍ୟ ବନ୍ଦ ରହିଛି| କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଦଶରଥପୁର ବ୍ଲକ ଠାରୁ ମଙ୍ଗଳପୁର ସନ୍ନିକଟ ଅଞ୍ଚଳର ବହୁ ଅନଲାଇମ ସେଣ୍ଟର ମାନଙ୍କରେ ଆଧାର ସମସ୍ୟା ସମଧାନ ହେଉଛି କେମିତି ଏବଂ କରୁଛି କିଏ? ତେବେ ଏଭଳି ସମସ୍ୟା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କଣ ହେବା ଉଚିତ ତାହାକୁ ନେଇ ଦ୍ଵନ୍ଦରେ ସାଧାରଣ ଲୋକେ|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ