Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭିମସାର ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଦାବି ପତ୍ର

ସମ୍ବଲପୁର :ଭିମସାରକୁ ସ୍ଵୟଂଶାସିତ ବିଶ୍ୱବିଦ୍ୟାଳୟ ଘୋଷିତ କରିବା ନେଇ ଆଜି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।୨୦୧୫ ମସିହାରୁ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ଓ ଗବେଷଣା କେନ୍ଦ୍ର ସ୍ଵୟଂଶାସିତ ଘୋଷିତ ହୋଇସାରିଛି।ଏଠାରେ କାର୍ଯ୍ୟରତ ପ୍ରାଧ୍ୟାପକ ମାନଙ୍କ ଠାରୁ ଅନ୍ୟୂନ ୪ ଥର ନିଜ ନିଜର Option exercise ଆହ୍ଵାନ କରାଯାଇସାରିଲାଣି। ଏପରି ଦ୍ଵନ୍ଦାତ୍ମକ ପରିସ୍ଥିତିରେ ପ୍ରାଧ୍ୟାପକ ମାନେ ଆରମ୍ଭରୁ VSSIMSAR କିମ୍ବା OMET ପାଇଁ ଇଚ୍ଛା ଜାହିର କରିବାର ସ୍ଥିତିରେ ଦୋଦୁଲ୍ୟମାନ ଏକ ପ୍ରକାର ଝୁଲା ଅବସ୍ଥାରେ ରହିଛନ୍ତି। ଆରମ୍ଭରେ ରାଜ୍ୟରେ ତିନୋଟି ମେଡ଼ିକାଲ କଲେଜ ଥିଲା।ବର୍ତ୍ତମାନ କ୍ରମଶଃ ରାଜ୍ୟରେ ୯ ଗୋଟି ମେଡିକାଲ କଲେଜ ଖୋଲିଲା , ଯାହାକି ପ୍ରଧ୍ୟାକ ମାନଙ୍କୁ ପଦୋନ୍ନତି ଓ କ୍ୟାରିୟର କ୍ଷେତ୍ରରେ ଯଥେଷ୍ଟ ସୁଯୋଗ ସୃଷ୍ଟି କଲା। ବୁର୍ଲାର ଯେଉଁ ପ୍ରାଧ୍ୟାପକ ମାନେ ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା ଚୟନିତ ରେଙ୍କ ଧାରୀ ଥିଲେ, ତାଙ୍କର କଥା ବିଚାରକୁ ନିଆଯାଇ ନ ଥିଲା, ବରଂ ସେମାନଙ୍କୁଏକପ୍ରକାର ବିଶ୍ଵାସ ଦିଆଯାଇଥିଲା ଯେ , ବଲାଙ୍ଗୀର ଓ ସୁନ୍ଦରଗଡ଼ ମଧ୍ୟ ବୁର୍ଲା ପରି ସମାନ ବିଶ୍ଵବିଦ୍ୟାଳୟ ମାନ୍ୟତା ପାଇବ ଏବଂ ସେହି ଆଧାରରେ ପଦୋନ୍ନତି,ପୋଷ୍ଟିଙ୍ଗ ଇତ୍ୟାଦି ହେବା କଥା।
ବରିଷ୍ଠତା ହରାଇବା, ମେଡିକାଲ କଲେଜରେ ଯୋଗ ଦେବାଠାରୁ ଅଦ୍ୟାବଧି ସମାନ ପଦବୀରେ ଦୀର୍ଘକାଳ ଧରି ଅପମାନିତ ସ୍ଥିତିରେ ରହିବା,କନିଷ୍ଠ ମାନଙ୍କ ସହିତ ସମାନ ପଦବୀରେ ରହିବା ଆଦି ବିଷୟ ସମ୍ବଳିତ ଅସଂଖ୍ୟ ଅଭିଯୋଗ ପତ୍ରକୁ ଅଣଶୁଣା କରିବା –
ସମୟ ଭିତ୍ତିକ ପଦୋନ୍ନତି (Time bound promotion ) ଏବଂ ପଦବୀ ସଂଖ୍ୟା ବୃଦ୍ଧି ହିଁ ଏହାର ଏକମାତ୍ର ସମାଧାନ ବୋଲି ଦାବି ପତ୍ରରେ ଉଲ୍ଲେଖ ରହିଛି।
ଅପର କ୍ଷେତ୍ରରେ ଅର୍ଥନୈତିକ ସ୍ଵତନ୍ତ୍ରତା ନାହିଁ।ଦରମା ରାଜ୍ୟ ସରକାରଙ୍କ ଟ୍ରେଜେରୀ ରୁ ଉଠାଣ ହେଉଛି –
ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ପାଇଁ ସାମଗ୍ରିକ ସ୍ଵତନ୍ତ୍ରତା ଅନିବାର୍ଯ୍ୟ ଅଟେ। ଅନ୍ୟାନ୍ୟ ସ୍ଵୟଂଶାସିତ ବିଶ୍ୱବିଦ୍ୟାଳୟ ପରି ଏହା ପୂର୍ଣ୍ଣ କ୍ଷମତାପନ୍ନ ନୁହେଁ। ଅନୁଷ୍ଠାନ ମୁଖ୍ୟଙ୍କୁ ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣର ମୁଖ୍ୟ ଶାସନ ସଚିବ ଓ DMET ର ଆଦେଶନାମାକୁ ଅପେକ୍ଷା ରଖିବାକୁ ହେଉଛି। ନିଷ୍କର୍ଷତଃ ନା ଆମେ OMET ର ହୋଇପାରିଲୁ ନା ପୂର୍ଣ୍ଣ ନା ସ୍ୱୟଂଶାସିତ ବଡି ଏଭଳି ଦୋଛକିରେ ରହିଛନ୍ତି ସେମାନେ।
ଭାରତୀୟ ଗେଜେଟ୍ ନୋଟିଫିକେସନ ୩:୬ ଅନୁସାରେ,
ସେହି ବ୍ୟକ୍ତି ଗୋଟିଏ ମେଡିକାଲ କଲେଜର ଡିନ୍/ ଡାଇରେକ୍ଟର/ ପ୍ରିନ୍ସିପାଲ ପଦବୀରେ ଅବସ୍ଥାପିତ ହୋଇପାରିବେ,ଯିଏ ବିଧିବଦ୍ଧ ଭାବେ କୌଣସି ଏକ ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ ଏବଂ ମେଡିକାଲ କଲେଜରେ ଅନ୍ୟୂନ ୧୦ ବର୍ଷର ଅଧ୍ୟାପନା ଅଭିଜ୍ଞତା ଥିବ ଏବଂ ଅନ୍ୟୂନ ୫ ବର୍ଷ ପ୍ରଫେସର ପଦବୀରେ ଅବସ୍ଥାପିତ ହୋଇଥିବେ। ଏହି ପ୍ରକ୍ରିୟା ବରିଷ୍ଠତା ଓ ମେଧା ଭିତ୍ତିରେ ହୋଇଥିବା ଆବଶ୍ୟକ। ମେଡିକାଲ କଲେଜର ଡିନ୍, ଡାଇରେକ୍ଟର,ପ୍ରିନ୍ସିପାଲ ବିଭାଗ ମୁଖ୍ୟ ପଦବୀରେ ଅବସ୍ଥାପିତ ହୋଇପାରିବେ ନାହିଁ।
ଉପରୋକ୍ତ ନିର୍ଦ୍ଧାରଣ ପ୍ରକାରେ ଗୋଟିଏ ସ୍ଵାସ୍ଥ୍ୟ ସେବା ଅନୁଷ୍ଠାନ ଗୋଟିଏ ପୂର୍ଣ୍ଣକାଳୀନ ମୁଖ୍ୟଙ୍କ ( ଡାଇରେକ୍ଟର) ନେତୃତ୍ୱରେ ଚାଲିବା ଅପେକ୍ଷିତ। ଆମର ଅଦ୍ୟାବଧି ଗୋଟିଏ ହେଲେ ଗଭର୍ଣ୍ଣିଙ୍ଗ ବଡ଼ି ମିଟିଂ ଅନୁଷ୍ଠିତ ହୋଇନାହିଁ। ଏନପରିକି ଏକଜିକ୍ୟୁଟିଭ ବଡ଼ି ମିଟିଂରେ ପାରିତ ସମସ୍ତ ପ୍ରସ୍ତାବ / ନିର୍ଦ୍ଧାରଣ କାଗଜ କଲମରେ ସୀମିତ ରହିଛି।
ଉଦାହରଣ ସ୍ୱରୂପ, ସାଧାରଣ ଭାବରେ ସମସ୍ତ ବିଭାଗୀୟ ବିଶେଷଜ୍ଞ ସ୍ତରରେ ପ୍ରଫେସର ଏବଂ ଆସୋସିଏଟ ପ୍ରଫେସର ପଦବୀ ସଂଖ୍ୟା ବୃଦ୍ଧି ପାଇଁ ଗୃହୀତ ପ୍ରସ୍ତାବର କ୍ରିୟାନ୍ଵୟନ ହୋଇନାହିଁ।
ପ୍ରାୟ ଏକବର୍ଷ ପୂର୍ବରୁ ପାରିତ ଚକ୍ଷୁ ଚିକିତ୍ସା ବିଭାଗର ନୂତନ ଗୃହ ଓ ଏମ୍. ସି. ଏଚ୍. ର ନିର୍ମାଣ ଅଦ୍ୟାବଧି ଆରମ୍ଭ ହୋଇନାହିଁ।
ବିଭିନ୍ନ ପଦପଦବୀର ପୂରଣ ପାଇଁ ନିୟମିତ ବିଜ୍ଞାପନ ପ୍ରକାଶନର ଆବଶ୍ୟକତା ରହିଛି।ଯଥା,ଫାକଲ୍ଟି,ପରୀକ୍ଷା ପରିଚାଳନା ପାଇଁ ପାଇଁ ଖାଲି ଥିବା ନିୟମିତ ଗ୍ରେଡ଼ ୩ ଓ ୪ ପଦବୀ ପୂରଣ ହେବା ଆବଶ୍ୟକ । ସ୍ଵୟଂଶାସିତ ବିଶ୍ୱବିଦ୍ୟାଳୟ ହିସାବରେ ତିନି ବର୍ଷ ପୂର୍ବରୁ ଯାହା କରିପାରିବା କଥା, ତାହା ହୋଇପାରିନି। ବର୍ତ୍ତମାନ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରୀକ୍ଷା ପରିଚାଳନା ସକାଶେ ସିଧାସଳଖ ନାହିଁ ମନା ଦେଇଛନ୍ତି।ଭୀମସାର, ବୁର୍ଲା ସମ୍ବନ୍ଧେ-
ଏହା ଓଡ଼ିଶାର ଦ୍ଵିତୀୟ ସର୍ବପୁରାତନ ବିଶ୍ଵବିଦ୍ୟାଳୟ,ଯାହା ପଶ୍ଚିମ ଓଡ଼ିଶା ଅନ୍ତର୍ଗତ ୧୦ ଗୋଟି ଜିଲ୍ଲାର ସ୍ଵାସ୍ଥ୍ୟ ସେବା କାର୍ଯ୍ୟ ସହିତ ସୀମାନ୍ତ ଛତିଶଗଡ଼ ଓ ଝାଡ଼ଖଣ୍ଡ ଅଞ୍ଚଳର ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଛି।
ସାଂପ୍ରତିକ ପରିସ୍ଥିତିରେ ଅନୁଷ୍ଠାନର ଦ୍ରୁତ ଓ ପ୍ରସାରିତ ନିର୍ମାଣ କାର୍ଯ୍ୟ ତଥା ଆର୍ଥିକ ସ୍ଵତନ୍ତ୍ରତା ଅତ୍ୟନ୍ତ ଜରୁରୀ ହୋଇପଡିଛି ।ଏଥି ସହିତ ପୂର୍ଣ୍ଣ ସ୍ଵୟଂଶାସନ କ୍ଷମତା, ଫାକଲ୍ଟି ପଦବୀ ସଂଖ୍ୟା ବୃଦ୍ଧି, ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଦୀର୍ଘକାଳ ଧରି ବିଚାରାଧୀନ CAS ( Career assurement scheme) ର ଅନୁମୋଦନ । ଉପରୋକ୍ତ ସମସ୍ତ ବକେୟା ପ୍ରସ୍ତାବର କ୍ରିୟାନ୍ଵୟନ କାର୍ଯ୍ୟ ସଂପାଦନରେ ନିଃସନ୍ଦେହ ଉତ୍ସାହ ସୃଷ୍ଟି କରିବ।ଓ. ପି. ଏସ୍. ସି. ମେଡିକାଲ କଲେଜର ମେଧା ତାଲିକାକୁ ଅଣଦେଖା ଓ ଅମାନ୍ୟ କରାଯାଉଛି।
ବିଗତ ଦିନରେ ଭୀମସାର ବୁର୍ଲା ପାଇଁ ଅପ୍ସନ୍ ଦେଲାପରି ଆମର ଓ. ପି. ଏସ୍. ସି. ମେଧା ତାଲିକା ମୂଲ୍ୟହୀନ ହୋଇପଡିଛି। ଉଲ୍ଲେଖନୀୟ ଭାବରେ ଆମଠାରୁ ବହୁତ ଅଧିକ ଜୁନିଅର ଡ଼ାକ୍ତର ମାନେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ଅବସ୍ଥାପିତ ହୋଇସାରିଲେଣି। ଦୁର୍ଭାଗ୍ୟର ବିଷୟ,ଆମ ଭିତରୁ ଅଧିକାଂଶଙ୍କର ପଦୋନ୍ନତି ସ୍ଥିର ( stagnant) ହୋଇଗଲାଣି, କେତେଜଣ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ହିଁ ଅବସର ନେବା ସ୍ଥିତି ଉପୁଜିଛି, ଯାହା ଅତ୍ୟନ୍ତ ବିଡ଼ମ୍ବନାର ବିଷୟ। ପରିଣାମ ସ୍ବରୂପ, ଅନେକ ଡାକ୍ତର ସ୍ଵେଚ୍ଛାକୃତ ଅବସର ପାଇଁ ଆବେଦନ କରିବା ଆରମ୍ଭ କଲେଣି। ଭୀମସାରର ଫାକଲ୍ଟି ମାନେ ସର୍ବୋଚ୍ଚ ବୃତ୍ତିଗତ ନୈଷ୍ଠିକତା ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।ଆପଣ ଉପରୋକ୍ତ ସମସ୍ତ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବା ହେବେ ଏବଂ ଆମର ପ୍ରାପ୍ୟ ଦାବୀ ପ୍ରତି ସୁବିଚାର କରି କିପରି ଏହାର କ୍ରିୟାନ୍ଵୟନ ହୋଇପାରିବ, ସେଥିପାଇଁ ଭୀମସାର ବୁର୍ଲାକୁ ଏମ୍ସ+ ଷ୍ଟାଟସ୍ ପ୍ରଦାନ କରିବା ଓ ଏହି ସବୁ ସମସ୍ୟାର ସମାଧାନ ଦିଗରେ ମାର୍ଗ ପ୍ରଶସ୍ତ କରିବା ପାଇଁଓଡ଼ିଶା ମେଡିକାଲ ଟିଚର୍ସ ଆସୋସିଏସନ ଭିମସାର କେନ୍ଦ୍ରମନ୍ତ୍ରୀଙ୍କ ଠାାରେ ଏଭଳି ପ୍ରସ୍ତାବ ରଖିଛି।