Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା କସ୍ତୁରବା ଆବାସିକ ବିଦ୍ୟାଳୟର ଅନ୍ତେବାସୀ ସ୍କୁଲ ବାହାରକୁ ଯାଉଛନ୍ତି ପାଣି ଆଣିବାକୁ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଳ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଲୟା ରେ ଥିବା କସ୍ତୁରିବା ଗାନ୍ଧି ଆବାସିକ ବିଦ୍ୟାଳୟରେ ଛାତ୍ରୀମାନେ ହଷ୍ଟେଲ ବାହାରୁ ଯାଇ ପାଣି ବୋହୁଥିବା ଦେଖିବାକୁ ମିଳିଛି । ସଂନ୍ଧ୍ୟା ୬ ଟା ପରେ ବାହାରୁ ଛାତ୍ରୀମାନେ ପାଣି ଆଣିବା ଘଟଣାକୁ ସାଧାରଣରେ ନିନ୍ଦା କାରାଯାଉଛି। ସୂଚନାମତେ ସୁବଲୟା ରେ ଥିବା କସ୍ତୁରିବା ଗାନ୍ଧି ଆବାସିକ ବିଦ୍ୟାଳୟରେ ସମୁଦାୟ ୧୫୦ଜଣ ଛାତ୍ରୀ ରହିବାର କ୍ଷମତା ଥିବା ବେଳେ ଏବେ ପ୍ରାୟ ୧୩୩ଜଣ ହଷ୍ଟେଲ ରେ ରହୁଛନ୍ତି । ହଷ୍ଟେଲ ର ସମସ୍ତ ଛାତ୍ରୀମାନେ ବାଲଟି ଧରି ସନ୍ଧ୍ୟା ବେଳେ ସ୍କୁଲ ପରିସର ବାହାରକୁ ଯାଇ ମୁଖ୍ୟ ଛକ ଦେଇ ବାଲଟିରେ ପାଣି ଧରି ବୋହି ନେଉଥିବା ଦେଖାଦେଇଛି । ହଷ୍ଟେଲର ରୋଷେଇ ପାଇଁ ଛାତ୍ରୀମାନଙ୍କୁ ନିୟୋଜିତ କରାଯାଇଥିଲା । କସ୍ତୁରବା ଆବାସିକ ରେ ରହୁଥିବା ଅନ୍ତେବାସୀ ଙ୍କୁ ସ୍କୁଲ ସମୟ ପରେ ହଷ୍ଟେଲ ବାହାରକୁ ଆସିବାର ନିୟମ ନ ଥିବା ବେଳେ ଜନ ଗହଲିପୂର୍ଣ୍ଣ ଛକ ଦେଇ ରାସ୍ତା ପାରି ହୋଇ ପାଣି ଆଣିବାକୁ ବାଧ୍ୟ କରାଯାଇଥିଲା । ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ସରକାର କଠୋର ନିୟମ କରିଥିବା ବେଳେ ସୁବଳୟା କସ୍ତୁରବା ଗାନ୍ଧି ଆବାସିକ ବିଦ୍ୟାଳୟରେ ଏହାକୁ ଉଲଙ୍ଘନ କରାଯାଉଛି । ଦାୟିତ୍ଵରେ ଥିବା ୱାଡେନ ର ବେପାରୁଆ ମନୋଭାବ ଯୋଗୁଁ କୌଣସି ବି ଅଘଟଣ ଘଟିବାର ସମ୍ଭାବନା ରହିଥିଲା।ଅନ୍ତେବାସୀ ଛାତ୍ରୀ ମାନେ ବାହାର କୁ ପାଣି ନେଇଯିବା ନେଇ ଅବାସିକ ବିଦ୍ୟାଳୟ ଅଧକ୍ଷା ଯାଞ୍ଜସିନି ବେହେରାଙ୍କୁ ପଚରାଯିବା ରୁ ଆମ ହଷ୍ଟେଲ ପରିସର ରେ ଥିବା ୨ଟି ଯାକ ବୋରିଙ୍ଗି ର ମେସିନ ଖରାପ ଥିଲା । ଏହା ସହିତ ପଞ୍ଚାୟତ ତରଫରୁ ସୁବଲୟା ସହର ରେ ପିଇବା ପାଣି ଯୋଗାଣ ମଧ୍ୟ ବିଦ୍ୟୁତ ଜନିତ ସମସ୍ୟା ନେଇ ବନ୍ଦ ଥିଲା । ହଷ୍ଟେଲ କୁ ପାଣି ଆଣିବାକୁ ଆମେ ଟ୍ୟାଙ୍କର ବ୍ୟନସ୍ଥା କରିଥିଲୁ । ମୁଁ ଏକ କାମରେ ହଷ୍ଟେଲ ରୁ ବାହାରକୁ ଆସିବା ସମୟରେ ଦାୟିତ୍ବରେ ଥିନା ଓ୍ବାଡେର୍ନ ମନଇଛା କାହାକୁ କିଛି ନ କହି ଏବଂ ଟେଙ୍କର କୁ ଅପେକ୍ଷା ନ କରି ଛାତ୍ରୀ ମାନଙ୍କ ହାତରେ ବାଲଟି ଧରେଇ ବାହାରୁ ପାଣି ଆଣିବାକୁ କହିଥିଲେ । ତେବେ ଉକ୍ତ ଘଟଣାକୁ ନେଇ ଅବିଭାବକ ଓ ବୁଦ୍ଧିଜିବୀ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ବିଭାଗ ଏହା ଉପରେ ତଦନ୍ତ କରି କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ