Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚନ୍ଦିନୀମାଳ ରେ ଲାଗିଲା ୨୫୦ ଚାରା

ଜମନକିରା : କ୍ରାନ୍ତି ଦିବସ ପାଳନ ଅବସରରେ କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଚନ୍ଦିନୀମାଲ ଗ୍ରାମ୍ୟ ଉଦ୍ୟାନ ଓ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୨୫୦ ଟି ଚାରା ରୋପଣ କରାଯାଇଛି। ପଞ୍ଚାୟତର ନିର୍ବାହୀ ଅଧିକାରୀ ଦୀପକ ପଟେଲଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ଯୋଗଦେଇ ଉଦଘାଟନ କରିଥିଲେ। ଉପସ୍ଥିତ ଥିବା ଶତାଧିକ ମହିଳା ଓ ଯୁବ ସ୍ବେଚ୍ଛାସେବୀଙ୍କୁ ବୃକ୍ଷ ବଡ ହେବ ଯାଏ ଯତ୍ନ ନେବାକୁ ଶପଥ ପାଠ କରାଇଥିଲେ।କାର୍ଯ୍ୟକ୍ରମରେ ପୂର୍ବତନ ସରପଂଚ ସୁନିଲ ପ୍ରଧାନ ଓ ଗଗନ ଶର୍ମା ଉପସ୍ଥିତ ରହି ସ୍ବେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ।

More Stories