Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଉପଜିଲ୍ଲାପାଳ ଙ୍କୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ଯରେ କୃଷକ ବିକାଶ ପରିଷଦର ଦାବିପତ୍ର

ବୀରମହାରାଜପୁର : କୃଷକ ବିକାଶ ପରିଷଦ ର ଆହ୍ବାନକ୍ରମେ ସଂଯୁକ୍ତ କିଶାନ ମୋର୍ଚ୍ଚା ଓ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତି ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲାପାଳ ଙ୍କ ମାଧ୍ୟମରେ ରାଷ୍ଟ୍ରପତି ମାମହିମ ଦ୍ରୌପଦି ମୁର୍ମୁ ଙ୍କୁ ଚାଷୀମାନଙ୍କ ବିଭିନ୍ନ ଦାବୀ ନେଇ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହା ସହିତ ସଂପୃକ୍ତ ଚାଷୀମାନେ ସରକାରଙ୍କ କୃଷିମାରଣା ନୀତି କୁ ନେଇ ପ୍ରତିବାଦ କରିଛନ୍ତି । ଦିଆଯାଇଥିବା ଦାବୀପତ୍ର ରେ ଚାଷୀମାନଙ୍କର ପାଞ୍ଚୋଟି ଦାବୀ ଉଲ୍ଲେଖ କରାଯାଇଛି । ସଂପ୍ରତି ପରିସ୍ଥିତିରେ ଦେଶର କୃଷି ଓ କୃଷକଙ୍କ ପରିସ୍ଥିତି ଦୁର୍ଦ୍ଦିନରେ ଅଛି । ରାଜ୍ୟର ଚାଷ ଜମି , ଖଣି ଖାଦାନ ଆଦି କମ୍ପାନି ହାତରେ ଟେକି ଦିଆଯାଇଛି । ଟାଟା ପାୱାର ହାତରେ ବିଦ୍ୟୁତ ଶକ୍ତି କୁ ଟେକି ଦେଇ ଚାଷ , ଚାଷି ଓ ଉପଭୋକ୍ତାଙ୍କୁ ଶୋଷଣ କରାଯାଉଛି । ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଅବସରରେ ଚାଷି , ଆଦିବାସୀ , ଶ୍ରମିକ ଓ ଜନସାଧାରଣ ମିଳିତ ଭାବେ ଜଡିତ ହୋଇ ବିଭିନ୍ନ ଦାବୀ ନେଇ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ବୟ ସମିତି ତରଫରୁ ବୀରମହାରାଜପୁର ଉପଜିଲାପାଳ ଅଶୋକ କୁମାର ଭୋଇ ଙ୍କ ମାଧ୍ୟରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛନ୍ତି । ସ୍ଵାମିନାଥନ କମିଟୀ ଲାଗୁ କରି ଉତ୍ପାଦନ ଖର୍ଚ୍ଚର ସର୍ବ ନିମ୍ନ ସହାୟକ ମୂଲ୍ୟ ଦେଢଗୁଣା କରାଯାଉ , ପ୍ରତି ଚାଷ ଜମିକୁ ଜଳସେଚନ , ଚାଷ କୁ ଜଳସେଚନ ପାଇଁ ବିଜୁଳି ଦେୟ ଛାଡ , ଏମଏସପି କୁ ଆଇନଗତ ମାନ୍ୟତା ଆଦି ଦାବୀନେଇ ଦାବୀପତ୍ର ପ୍ରଦାନ କରାଯାଇଛି । କୃଷକ ସଙ୍ଗଠନର ସଭାପତି ପ୍ରଦୀପ କୁମାର ସ୍ବାଇଁ ଙ୍କ ନେତୃତ୍ବରେ ଚାଷୀନେତା ରାଜେନ୍ଦ୍ର ପଧାନ , ଶମ୍ଭୁ ଭୂଷଣ ମହାକୁର , ସହଦେବ ପାତ୍ର , ସାହର ଖେତି , ବୁଧୁରାମ ମେଣ୍ଡିଲି , ମକୁନ୍ଦି ବିଶ୍ବାଳ , ଶଙ୍କର୍ଷଣ ମେଣ୍ଡିଲି , ତପନ ବିହାରୀ ପଧାନ , ରାମକୃଷ୍ଣ ନାୟକ , ରାମଚନ୍ଦ୍ର ପଧାନ , ଗୁରୁ ମେହେର ଙ୍କ ସମେତ ଅନେକ ଚାଷୀ ଉପଜିଲାପାଳ ଙ୍କ କାର୍ଯ୍ୟାଲୟକୁ ଯାଇ ଦାବୀପତ୍ର ପ୍ରଦାନ କରି ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ