Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାମରା ଉଚ୍ଚ ବିଦ୍ୟାଳୟରେ ଚାରା ରୋପଣ ଓ ସଚେତନତା ସଭା

ଜମନକିରା : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ସରକାରୀ ଉଚ୍ଚ ବିଦ୍ୟାଳୟ,ବାମରା ପରିସରରେ ଆଜି ବୃକ୍ଷ ରୋପଣ ଅଭିଯାନ ଉଦଘାଟିତ ହୋଇଯାଇଛି।ଏହି ଅବକାଶରେ ପ୍ରଧାନ ଶିକ୍ଷୟିତ୍ରୀ ସାୟାରାବାନୋ ଲାସ୍କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଚେତନତା ସଭାରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରକୃତି ବନ୍ଧୁ ସୁବାଷଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାମରା ବ୍ଲକକୁ ସବୁଜ ସୁନ୍ଦର କରିବାକୁ ଆହ୍ବାନ ଦେଇଥିଲେ। ଏଥିସହ ବ୍ୟାପକ ବୃକ୍ଷ ରୋପଣ ସହ ଯତ୍ନ ନେବାକୁ ସଂକଳ୍ପ କରେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାମାଜିକ କର୍ମୀ ଶିବଶଙ୍କର ପଣ୍ଡା, ଦେବକୀ ନାୟକ, ପ୍ରକୃତି ବନ୍ଧୁ ରବିନ୍ଦ୍ର ଦାସ, ଅଲେଖ ପତି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବନ୍ୟ ଜନ୍ତୁଙ୍କ ସୁରକ୍ଷା ଓ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ବରିଷ୍ଟ ଶିକ୍ଷୟିତ୍ରୀ ସଙ୍ଗୀତା ନାୟକ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭା ଶେଷରେ ପିଙ୍କି ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ଜ୍ୟୋତ୍ସ୍ନାମୟୀ ମିଶ୍ର, ନରେନ୍ଦ୍ର ସାହୁ, ଇଗ୍ନେସ ଲାକ୍ରା, ପ୍ରିୟବ୍ରତ ଦାସ, ଅଶୋକ ମାଝୀ, ଅଶୋକ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ୫୦ ଟି ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମ ପୂର୍ବରୁ ସ୍କୁଲ ପରିସରରେ ଥିବା ଉତ୍କଳ ଗୌରବ ମଧୁବାବୁ ଙ୍କୁ ମୁଖ୍ୟଅତିଥି ଶ୍ରୀ ନାୟକ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାଂଜଳି ଜଣାଇଥିଲେ। ପରେ ଶୋଭାଯାତ୍ରାରେ ଛାତ୍ରଛାତ୍ରୀ ମନେ ବିଭିନ୍ନ ସ୍ଲୋଗାନ ଦେଇ ବୃକ୍ଷ ରୋପଣ ସପକ୍ଷରେ ସଚେତନତା ପ୍ରକାଶ କରିଥିଲେ।

More Stories