Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିଜେଲ ଚୋରି ଅଭିଯୋଗରେ ୨ କୋର୍ଟ ଚାଲାଣ

ଜମନକିରା : ଜମନକିରା ଥାନା ଟିକିଲି ପଞ୍ଚାୟତ ଜେମାମାଳ ଗାଁର ଏକ ଟ୍ରାକ୍ଟର ରୁ ଡିଜେଲ ଚୋରି କରିବା ଅଭିଯୋଗରେ ଆଜି ଟିକିଲିପଡ଼ା ଗାଁର ଲବଣୀକାନ୍ତ ଖାଡ଼ିଆ (୪୫) ଏବଂ ବଞ୍ଜାରି ଗାଁର ଜେନା ଟପୋ (୨୮) କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତ କୁ ପଠେଇ ଥିବା ପୋଲିସ ଏସଡ଼ିପିଓ ଅମିତାଭ ପଣ୍ଡା ପ୍ରେସ ଇସ୍ତାହାର ମାଧ୍ୟମରେ ପ୍ରକାଶ କରୁଛନ୍ତି। ଏନେଇ ଜମନକିରା ଥାନା ୮୭/୨୩(୩୯୭/୩୪)ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
ପୋଲିସର ସୂଚନା ଅନୁଯାଇ, ଗତକାଲି ଅପରାହ୍ନରେ ଜେମାମାଲ ଗାଁର ରାମ ପଟେଲ ଙ୍କ ଏକ ଟ୍ରାକ୍ଟର (ଓଡ଼ି୧୫ ଟି ୮୫୩୭) ଘର ପଛ ପଟେ ଛିଡ଼ା ହୋଇଥିବା ବେଳେ ଏହାର ସୁଯୋଗ ନେଇ ଲବଣୀ ଓ ଜେନା ମିଶି ଦୁଇଟି ଜାର ରେ ୫୫ ଲିଟର ଡିଜେଲ ଚୋରି କରି ନେଇ ଯାଇଥିଲେ। ଏହା ଜାଣିବା ପରେ ଶ୍ରୀ ପଟେଲ ଜମନକିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି। ଜାମିନ ନାମଞ୍ଜୁର ଯୋଗୁଁ ବିଚାର ବିଭାଗ ହାଜତ ପଠେଇ ଥିବା ପୋଲିସ କହିଛି। ତାଙ୍କ ଠାରୁ ତେଲ ଓ ଦୁଇଟି ଜାର ଜବତ କରାଯାଇଛି।

More Stories