Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାନବିକତା ଦେଖାଇଲା ଯୁବ ସଚେତନ ନାଗରିକ ସଂଘ

ଜମନକିରା : ଜମନକିରା ଯୁବ ସଚେତନ ନାଗରିକ ସଂଘ ପକ୍ଷରୁ ମାନବିକତା ଦେଖାଇ ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କୁ ଚିକିତ୍ସା କରାଇଛନ୍ତି l
ସୂଚନା ଯୋଗ୍ୟ ଯେ, ଗତ ବୁଧବାର ରାତିରେ ଜଣେ ମାନସିକ ବିକୃତ ବ୍ୟକ୍ତି ଚାଲିପାରୁ ନଥିବା ନେଇ ଜମନକିରା ଦଶଘରିଆ ପଡ଼ାବାସି ଦେଖି ରାତ୍ରି ପ୍ରାୟ ସାଢେ଼ ୮ଟା ସମରେ ଦଶଘରିଆ ନିବାସୀ ସୁରେନ୍ଦ୍ର ବୁଡ଼ା ଜମନକିରା ଯୁବ ସଚେତନ ନାଗରିକ ସଂଘ ସଭାପତି ଅବଦୁଲ ଗୁଲାମ କାଦିର ଙ୍କୁ ଯୋଗାଯୋଗ କରିଥିଲେ l ସଙ୍ଗେ ସଙ୍ଗେ ସଂଘର କର୍ମକର୍ତା ଭାସ୍କର ଭଞ୍ଜ ଓ ସଂଘର ସଭାପତି ଦଶଘରିଆ ପଡ଼ାକୁ ଯାଇ ମାନସିକ ବ୍ୟକ୍ତିର ଅବସ୍ଥା ଦେଖି ରାତିରେ ତାଙ୍କୁ ଡାକ୍ତରଖାନା କୁ ନେଇଥିଲେ। ସେଠାରେ ତାଙ୍କ ଗୋଡ଼ରେ ଏକ ଲୁହା କଣ୍ଟା ବାଜି ପାଦରେ ସେପ୍ଟିକ ହୋଇ ପୋଜ ହୋଇ ଯାଇଥିଲା ଓ ତାଙ୍କୁ ଜ୍ୱର ହୋଉଥିଲା l ଯାହା ଫଳରେ ରାତିରେ ତାଙ୍କ ଚିକିତ୍ସା ନ ହୋଇ ପାରିବାରୁ ତାଙ୍କୁ ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ ଉକ୍ତ ବ୍ୟକ୍ତିଙ୍କୁ ପୁଣି ଗୁରୁବାର ସକାଳ ସମୟରେ ଡାକ୍ତରଖାନା କୁ ନେଇ ତାଙ୍କ ପାଦରେ ଲାଗିଥିବା ଲୁହା କଣ୍ଟା ବାହାର କରାଯାଇ ଥିଲା। ଲୁହା କଣ୍ଟା ଲାଗି ଗୋଡ଼ଟି ସେପ୍ଟିକ ହୋଇଥିବା ପୂଜ କୁ ବାହାର କରି ତାଙ୍କ ଗୋଡ଼କୁ ବେଣ୍ଡିଜ କରାଯାଇଛି l ଉକ୍ତ ବ୍ୟକ୍ତି ଜଣକ ଗୋଡ଼ ଠିକ ହେବା ପର୍ଯ୍ୟନ୍ତ ତାର ଯତ୍ନ ନିଆ ଯିବ ବୋଲି ଯୁବ ସଚେତନ ନାଗରିକ ସଂଘ ସଭାପତି ପ୍ରକାଶ କରିଛନ୍ତି l ଉକ୍ତ ସମୟରେ ସଂଘର ବବୁଲ ପ୍ରସାଦ, ଶିବା ବାଘ, ତରୁଣ କୁମାର, ଶ୍ୟାମ ବାଘ, ପ୍ରମୁଖ ସାହାଯ୍ୟରେ ତାଙ୍କୁ ଏକ ଟେମ୍ପୁ ମାଧ୍ୟମରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା l

More Stories