ସମ୍ବଲପୁର: ସମ୍ବଲପୁର ପୋଲିସ ପକ୍ଷରୁ ଏକ ରକ୍ତଦାନ ଶିବିର ଟାଉନ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୋ ସରକାର ୫ଟି ସେଲ ସମ୍ବଲପୁର ଦ୍ଵାରା ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ କୁମାର ଭାମୁଙ୍କ ନିର୍ଦ୍ଦେଶକ୍ରମେ ଏହା ଆୟୋଜନ କରାଯାଇଥିଲା l ଏହି ଶିବିରକୁ ଆନୁଷ୍ଠାନିକ ଭାବରେ ଏସଡିପିଓ ପ୍ରଦୀପ କୁମାର ସାହୁ ଉଦଘାଟନ କରିଥିବା ବେଳେ ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ଉପସ୍ଥିତ ଥିଲେ l ଥାନା ଅଧିକାରୀ ନିଜେ ରକ୍ତଦାନ କରିବା ସହିତ ଏହି ଶିବିରରେ ସର୍ବମୋଟ ୧୦୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ରକ୍ତଦାତା ମାନଙ୍କୁ ଏସ ଡି ପି ଓ ଶ୍ରୀସାହୁ ମାନପତ୍ର ଦେଇ ଉତ୍ସlହିତ କରିଥିବା ବେଳେ ଆଇ ଆଇ ସି ସମସ୍ତ ରକ୍ତଦାତା ଏବଂ ସହଯୋଗୀ ମlନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ lରକ୍ତ ଅଭାବ ରେ କାହାରି ଜୀବନ ନ ଯାଉ ଏବଂ କୌଣସି ଦଲାଲ ଦ୍ଵାରା କେହି ହଇରାଣ ନ ହୁଅନ୍ତୁ ଏହା ହିଁ ସମ୍ବଲପୁର ପୋଲିସ ର ଉଦ୍ଦେଶ୍ଯ ରହିଥିବାରୁ ପୋଲିସ ପକ୍ଷରୁ ରକ୍ତଦାନ ଶିବିରକୁ ଏକ ଆନ୍ଦୋଳନରେ ପରିଣତ କରାଯାଇଛି। ସମ୍ବଲପୁର ପୋଲିସର ଏହି ଆଭିମୁଖ୍ଯକୁ ସବୁ ମହଳରେ ପ୍ରସଂଶା କରାଯାଉଛି।
ସମ୍ବଲପୁର ପୋଲିସ ପକ୍ଷରୁ ରକ୍ତଦାନ ଶିବିର: ୧୦୪ ୟୁନିଟ ରକ୍ତ ସଂଗ୍ରହ
