Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋର ମାଟି,ମୋର ଦେଶ କାର୍ଯ୍ୟକ୍ରମ ଅବସରରେ ବିଶ୍ଵ ହସ୍ତୀ ଦିବସ ପାଳିତ

ଜମନକିରା : ସମ୍ବଲପୁର ସ୍ଥିତ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଆଜି କିରାଶାସନ ଗ୍ରାମର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ପରିସରରେ ମୋର ମାଟି ମୋର ଦେଶ କାର୍ଯ୍ୟକ୍ରମ ସହ ବିଶ୍ଵ ହସ୍ତୀ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ତେଜରାଜ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରକୃତିବନ୍ଧୁ ସୁବାସଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଅବସରପ୍ରାପ୍ତ ଉଦ୍ୟାନଅଧିକାରୀ ତଥା ପ୍ରକୃତିବନ୍ଧୁ ରବୀନ୍ଦ୍ର କୁମାର ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜଙ୍ଗଲ ହାନି ଯୋଗୁଁ ବନ୍ୟ ପଶୁ ବିଶେଷ କରି ହାତୀ ମାନେ ଜନ ବସତି କୁ ମାଡି ଆସୁଛନ୍ତି।ଏଣୁ ବନ ସୁରକ୍ଷା ସହ ବ୍ୟାପକ ବୃକ୍ଷ ରୋପଣ କରି ପ୍ରକୃତିର ସୁରକ୍ଷା କରିବାକୁ ଆହ୍ବାନ ଦେଇଥିଲେ। ନହେଲେ ଡାଇନୋସର ପରି ହସ୍ତିବଂଶ ମଧ୍ୟ ଲୋପ ପାଇଯିବ ବୋଲି ଉଭୟ ମତ ପ୍ରକାଶ କରିଥିଲେ। ଏହି ଅବସରରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମୁଖ୍ୟଅତିଥି ଶ୍ରୀ ନାୟକଙ୍କୁ ପରିବେଶବିତ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।ମାନପତ୍ରକୁ କେନ୍ଦ୍ରର ପ୍ରତିନିଧି ସୁଶ୍ରୀ ମୋନିକା ବେକ ପାଠ କରିଥିଲେ।ପ୍ରାରମ୍ଭରେ ସହକାରୀ ଶିକ୍ଷକ ନବୀନଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ବେଚ୍ଛାସେବୀ ମୋନିକା ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ସସ୍ମିତା ହୋତା ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସହକାରୀ ଶିକ୍ଷୟିତ୍ରୀ ସୁଶ୍ରୀ ଲିନା ପଟେଲ, ପଙ୍କଜିନୀ ନାୟକ, କ୍ଷିରୋଦିନୀ ରାଉତ, ତରୁଲତ ବାଗ, ଛାତ୍ରଛାତ୍ରୀ ଦିନେଶ ବାଗ, ଭୀଷ୍ମ ରୋହିଦାସ୍, ମମତା କିସାନ, ଜିଗର ପଟେଲ, ଶେଖର ଖାଡ଼ିଆ, ଯୋଗେଶ୍ୱର ପ୍ରଧାନ ଓ ଯୋଗେଶ୍ୱର ଦେହୁରୀଙ୍କ ନେତୃତ୍ୱରେ ସ୍ଵାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ ଅବସରରେ ସ୍କୁଲ ପରିସରରେ ୭୫ ଟି ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା।

More Stories