Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଣ ବିଭାଗ ପକ୍ଷରୁ ହାତୀ ପ୍ରବଣ ଅଞ୍ଚଳରେ ସୋଲାର ଲାଇଟ୍ ପ୍ରଦାନ

ଜମନକିରା : ଜମନକିରା ବ୍ଲକ ଅଞ୍ଚଳ ହେଉଛି ଏକ ହାତୀ ପ୍ରବଣ ଅଞ୍ଚଳ। ତାହାକୁ ଆଖି ଆଗରେ ରଖି ବାମରା ଡିଭିଜନ ଅନ୍ତର୍ଗତ ଜମନକିରା ରେଞ୍ଜ କାର୍ଯ୍ୟାଳୟ ତରଫରୁ ଆଜି ଶିରିଡ଼ି ଗ୍ରାମପଞ୍ଚାୟତ ଅଧିନସ୍ତ ଗୋପାଲପାଲି ଗ୍ରାମରେ ୨୮ ଟି ପରିବାର କୁ ସୋଲାର ଲାଇଟ୍ ପ୍ରଦାନ କରିଛନ୍ତି। ପ୍ରକାଶ ଥାଉ କି ଶିରିଡ଼ି ପଂଚାୟତର ଅଧିକାଂଶ ଗ୍ରାମ ବଣ ପାହାଡ ଘେରା ଘଞ୍ଚ ଜଙ୍ଗଲ ପରିବେଷ୍ଠିତ ମଧ୍ୟରେ ଅବସ୍ଥିତ। ଅଧିକାଂଶ ସମୟରେ ଜଙ୍ଗଲି ହାତୀ ଗାଁକୁ ପଶି ଫସଲ ନଷ୍ଟ କରିବା ସଙ୍ଗେ ସଙ୍ଗେ ଜନ ସାଧାରଣଙ୍କୁ ମଧ୍ୟ ଆକ୍ରମଣ କରିବା ନଜିର ରହିଛି। ଘର ବାଡ଼ି ଭାଙ୍ଗି ନଷ୍ଟ କରିଦେଉଛନ୍ତି। ତେଣୁ ଜଙ୍ଗଲି ହାତୀ ଘଉଡ଼ାଇବା ପାଇଁ ଆଜି ରେଞ୍ଜର ଲକ୍ଷ୍ମନାରାୟଣ ନାୟକ, ଶିରିଡ଼ି ସରପଞ୍ଚ ଗଜେନ୍ଦ୍ର ନାଏକ, ଡିମ୍ବିରିମୁଣ୍ଡା ସରପଞ୍ଚ ପ୍ରହଲ୍ଲାଦ ଧୁରୁଆ, ବଡମାଲ୍ ସରପଞ୍ଚ ନରେଶ ନାଏକ, ବନପାଲ ହେମନ୍ତ ମିଶ୍ର,ବନରକ୍ଷୀ ବିରଞ୍ଚି ପଧାନ ଏବଂ ତ୍ରିବେଣୀ ସେଠଙ୍କ ଲୋକଙ୍କୁ ସୋଲାର ଲାଇଟ୍ ପ୍ରଦାନ କରିଛନ୍ତି।

More Stories