Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଗରା ହାଇସ୍କୁଲରେ ହସ୍ତକଳା ପ୍ରଦର୍ଶନୀ

ଜମନକିରା : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ସାଗର ଜନତା ହାଇ ସ୍କୁଲରେ ଆଜି ହସ୍ତକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମୁଦାୟ ପ୍ରକଳ୍ପ ୮୪ ଟି ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ କରାଯାଇଥିଲା। ଚୟନକର୍ତା ଭାବେ ପ୍ରଶାନ୍ତ ମିଶ୍ର, ବିନୟ ପଣ୍ଡା, ପ୍ରଦୀପ କିଶୋର ବେହେରା, ଚେତନା ନାୟକ, ଶୋଭା କୁସୁମ ପ୍ରମୁଖ କାର୍ଯ୍ୟ ତୁଲାଇଥିଲେ । ଏଥିରେ ପ୍ରଜାପତି ପ୍ରଥମ ସ୍ଥାନରେ ରହିଥିବା ବେଳେ, ପ୍ରଦୀପ ନାୟକ,ଦ୍ଵିତୀୟ, ସାଇପ୍ରସନ୍ନ ଦେ,ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏଥିସହ ରୋଷ୍ନି ଙ୍କୁ ସ୍ଵତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ଓ ଅଭିଭାବକା ମାନେ ମଧ୍ୟ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ଅମିତ୍ର କୁମାର ବିଶ୍ଵାଳ ପିଲା ମାନଙ୍କୁ ମାର୍ଗ ଦର୍ଶନ କରିଥିଲ।