Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବ୍ଲକରେ ମୋ ମାଟି, ମୋ ଦେଶ ପାଳନ

ଜମନକିରା, ଜମନକିରା ବ୍ଲକ ବିଭିନ୍ନ ପଞ୍ଚାୟତ ଏବଂ ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାର ଙ୍କ ଏହି କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ, ସହିଦ ମାନଙ୍କୁ ସମ୍ମାନ ଦେବା ଆଦି ସାମିଲ ହୋଇଛି। ଏହା କେନାଢ଼ିପା ପଞ୍ଚାୟତ ଠାରୁ ଆରମ୍ଭ ହୋଇଥିଲା। ପଞ୍ଚାୟତର ସରପଞ୍ଚ କଲ୍ୟାଣୀ ନାଏକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ପିଇଓ ସୁରେନ୍ଦ୍ର କୁଜୁର ସମ୍ମାନୀୟ ଅତିଥି ଭାବେ ଯୋଗଦାନ କରିଥିଲେ। ଏହାପରେ ବିଭିନ୍ନ ପଞ୍ଚାୟତ ମହଦା, ଧୁଡ଼ିପାଲି,, ଡିମିରୀମୁଣ୍ଡା, କୁଲୁଣ୍ଡି ଆଦି ପ୍ରତେକ ସ୍ଥାନରେ ଏହା ଅତି ଆଡମ୍ବର ସହିତ ପାଳନ ହୋଇଯାଇଛି। ଏଥିରେ ପଞ୍ଚାୟତର ସରପଞ୍ଚ, ପିଇଓ ତଥା ଜିଲ୍ଲା ପରିଷଦ ଜୋନ ୨ ସଭ୍ୟା ତନୟା ଧୁରୂଆ ସାମିଲ ହୋଇଥିଲେ। ଏହାଛଡା ପଞ୍ଚାୟତର ଯୁବ ସମାଜସେବୀ ସଞ୍ଜୟ ଦେହୁରୀ, ଫରେଷ୍ଟର ଅଭିନ ସୁନ୍ଦର ବାଘ, ନେହେରୁ ଯୁବ କେନ୍ଦ୍ରର ଯୁବ ସ୍ଵେଚ୍ଛାସେବୀ ମାନସ ଦେହୁରୀ ଓ ଶମ୍ଭୁନାଥ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ବସୁଧା ବନ୍ଦନ, ନିଜ ମାଟି ତଥା ସହିଦ ମାନଙ୍କ ପରିବାରକୁ ସମ୍ମାନିତ କରିବା, ବୃକ୍ଷ ରୋପଣ ଆଦି ଏହାର ମୂଳ ଲକ୍ଷ୍ୟ ଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories