ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସିଣ୍ଢୋଲ ଗ୍ରାମପଞ୍ଚାୟତ ଏବଂ ବୀରମହାରାଜପୁର ସ୍ଥିତ ପଣ୍ଡାପାଲି ମହାନଦୀ ନେତ୍ର ଚିକିତ୍ସାଲୟର ମିଳିତ ଆନୁକୁଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ସର୍ବମୋଟ ୮୦ ଜଣ ବ୍ଯକ୍ତି ଚକ୍ଷୁ ଚିକିତ୍ସା ପାଇଁ ଆସିଥିବା ବେଳେ ସେଥିରୁ ୨୦ ଜଣଙ୍କୁ ଅପରେଶନ ପାଇଁ ମହାନଦୀ ନେତ୍ର ଚିକିତ୍ସାଲୟକୁ ପଠେଇ ଦିଆଯାଇଛି I ୬୦ ଜଣ ଙ୍କୁ ମାଗଣା ଔଷଧ ଦେବା ସଙ୍ଗେ ଚଷମା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଣ୍ଡାପାଲି ମହାନଦୀ ନେତ୍ର ଚିକିତ୍ସାଲୟର ଜିଲ୍ଲା କୋଅର୍ଡିନେଟର ଧର୍ମରାଜ ନାଏକ , ଡାକ୍ତର ବବଲୁ ସେଠି ଏବଂ ସହଯୋଗୀ ବାଦଲ ଭୋଇ , ପ୍ରତ୍ଯଲୋକ ସାହୁ , ଫାର୍ମାସିଷ୍ଟ ଅଭିନାଶ ସିଂ ପ୍ରମୁଖ ସାମିଲ ହୋଇ ଚିକିତ୍ସା କରିଥିଲେ l ସିଣ୍ଢୋଲ ସରପଞ୍ଚ ପ୍ରଦିପ କୁମାର ଦେହେରି , ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପୁରୋହିତ , ୱାର୍ଡ୍ ସଭ୍ଯ ସୁରଥ କୁମ୍ଭାର , ନମିତା ଭୁକ୍ତା , ଗିତା ସେଠି , ଗରିବ ସେଠି , ଶୁନା ପୁଟେଲ , ସୁରେଶ ସାହୁ , ସାମସନ ଲୁଗୁନ , ସାବିତ୍ରୀ ଭୋଏ , ଡୁଲେଶ୍ବରୀ ବାଘ ସମେତ ପଞ୍ଚାୟତ ର ବହୁ ସ୍ଵେଚ୍ଛାସେବୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ସିଣ୍ଢୋଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
