ହାଡିପାଲି ହାଇ ସ୍କୁଲରେ ତୃତୀୟ ଚରଣ ବୃକ୍ଷ ରୋପଣ


ଜମନକିରା : ସମ୍ବଲପୁର କୁଚିଣ୍ଡା ବ୍ଲକର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ହାଡିପାଲି ହାଇସ୍କୁଲରେ ଆଜି ତାର ତୃତୀୟ ଚରଣ ବୃକ୍ଷ ରୋପଣ ହୋଇଯାଇଛି। ଏଥିରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରକୃତି ବନ୍ଧୁସୁବାସ ଚନ୍ଦ୍ର ନାୟକ ପ୍ରଥମେ ଦୁଇ ଗୋଟି ଚାରା ରୋପଣ କରି ଅଭିଯାନକୁ ଆରମ୍ଭ କରିଥିଲେ । ଏହାପରେ ସାମାଜିକ କର୍ମୀ ବିଜୁ ସାହୁ, ଛାତ୍ରଛାତ୍ରୀ ରାହୁଲ ମିର୍ଦ୍ଧା ଶ୍ରୀତମ ମହାନନ୍ଦିଆ, ଶିବସୁନ୍ଦର ଛତ୍ରିଆ, ଜୟଦେବ ଓରାମ, ବେବି ନୁନ, ଶୁଭଶ୍ରୀ ଭଇଁସା, ସୀମା ସାହୁ, ଭିଷ୍ମିତା ନାୟକଙ୍କ ନେତୃତ୍ୱରେ ୩୦ ଟି ବିଭିନ୍ନ ପ୍ରଜାତିରେ ଚାରା ରୋପଣ କରିଥିଲେ । ଏହା ପୂର୍ବରୁ ସ୍କୁଲ ସଭା ଗୃହରେ ପ୍ରଧାନ ଶିକ୍ଷୟିତ୍ରି କରୁଣାମୟୀ ଧାନୱରଙ୍କ ସଭାପତିତ୍ବରେ ବିଗତ ଦୁଇ ଥର ଲଗାଇଥିବା ଚାରାର ଯତ୍ନ ନେବା ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ ତଦାରକ କରିଥିଲେ । ଏଥିରେ ରଶ୍ମିରଞ୍ଜନ ମାଝୀ, ଗୋପାଳ ନାଥ, ପୂନମ ପ୍ରେମାଞ୍ଜଳି ରାଉତ, ଭିଶ୍ମଦେବ ସାହୁ ଓ ପୌଲସ୍ତି ପଟେଲ ପ୍ରମୁଖଙ୍କ ସହ ଅନ୍ୟ ସହକାରୀ ଶିକ୍ଷକ ଗଣ ଅଂଶ ଗ୍ରହଣ କରିଥିଲେ।