Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀର ସୁରେନ୍ଦ୍ର ସାଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ

ସମ୍ବଲପୁର: ଆଜି ଯୁଯୋମୁରା ସ୍ଥିତ ବୀର ସୁରେନ୍ଦ୍ର ସାଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନ ର ୨୮ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ସଭାରେ ବିଦ୍ୟାଳୟ ର ଅଧ୍ୟକ୍ଷ ମନୋଜ କୁମାର ହୋତା ସଭାପତିତ୍ବ କରି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଅବସର ପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନର ଇତିହାସ ଉପରେ ସ୍ମୃତି ଚାରଣ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶାତ୍ମକ ବକ୍ତବ୍ୟ ଦେଇଥିଲେ। ସ୍ଥାନୀୟ ସମିତି ସଭ୍ୟ ଜୟନ୍ତ ପ୍ରଧାନ ମୂଖ୍ୟ ବକ୍ତା ଭାବରେ ଯୋଗ ଦେଇ ଅନୁଷ୍ଠାନର ଉନ୍ନତି ତଥା ସ୍ଥାନୀୟ ଶିକ୍ଷା ର ବିକାଶ ନିମନ୍ତେ ଆଗାମୀ ଦିନରେ ଯୁକ୍ତ ତିନି (+୩) ଖୋଲିବା ନିମନ୍ତେ ଅଞ୍ଚଳବାସୀ ଙ୍କ ସହଯୋଗ କାମନା କରିଥିଲେ। ସେହିପରି ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ସମ୍ମାନୀତ ଅତିଥି ବାରୁ ପ୍ରଧାନ,ଶ୍ରୀଯୁକ୍ତ ନବ ନାୟକ, ଡ. କିରଣ ଇତ୍ୟାଦି ଉତ୍ତମ ଶିକ୍ଷା ଗ୍ରହଣ ପୂର୍ବକ, ନିଜର, ନିଜ ପରିବାର ତଥା ଅନୁଷ୍ଠାନର ଗାରିମା ବୃଦ୍ଧି କରିବା କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ। ବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ସୁଶୀଲ କୁମାର ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ପଦ୍ମନାଭ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା, ଛାତ୍ରଛାତ୍ରୀ ପୂର୍ଣ୍ଣ ସହଯୋଗ କରିଥିଲେ।