Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧସିଲା ବୈତରଣୀ ନଦୀବନ୍ଧ।

ଯାଜପୁର ଜିଲ୍ଲା ଦଶରଥପୁର ବ୍ଳକ କମାରଡିହି ପଞ୍ଚାୟତର ବଳରାମପୁର ଠାରେ ଧସିଲା ବୈତରଣୀ ନଦୀବନ୍ଧ। ପାଖାପାଖି ୧୦୦ ଫୁଟ ଲମ୍ବର ନଦୀ ବନ୍ଧ ଧସିଥିବାର ଦେଖିବାକୁ ମିଳିଛି। ଆଜି ସକାଳୁ ଏହି ନଦୀବନ୍ଧ ଧସୁଥିବାର ସ୍ଥାନୀୟ ଲୋକେ ଦେଖି ଭୟଭୀତ ହୋଇଯାଇଥିଲେ। ଯିବା ଆସିବା ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା। ନଦୀବନ୍ଧ ନିର୍ମାଣ ସମୟରେ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ବନ୍ଧ ଧସିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହ ଜଳ ସମ୍ପଦ ବିଭାଗ ଏଥିପ୍ରତି କର୍ଣ୍ଣପାତ ନ ଦେବା ଫଳରେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ମଧ୍ୟ କହିଥିଲେ। ନଦୀ କଡ଼ରେ ଯେଉଁ ଗଛ ସବୁ ଥିଲା ମାଟି ଧସି ଗଛ ଗୁଡ଼ିକ ମଧ୍ୟ ପୋତି ହୋଇଯାଇଛି। ତେବେ ବର୍ତ୍ତମାନ ଲଗାଣ ବର୍ଷା ହେଉଥିବାରୁ ସ୍ଥାନୀୟ ବାସିନ୍ଦା ଭୟବିତ ଅବସ୍ଥାରେ ଅଛନ୍ତି। ପ୍ରଶାସନ ପକ୍ଷରୁ ଏହାର ସ୍ଥାୟୀ ପ୍ରତିକାର କରିବାକୁ ଲୋକେ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ