Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲ୍ୟ ବିବାହ ମୁକ୍ତ ହେଲା ଭାଲୁବାହାଲ ଗ୍ରାମ, ସଚେତନତା ବାର୍ତ୍ତା ସଭା ଅନୁଷ୍ଠିତ

ଜମନକିରା : ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବାଉରିଗୋଡ଼ା ଗ୍ରାମ ପଞ୍ଚାୟତ ସ୍ଥିତ ଭାଲୁବାହାଲ ଗ୍ରାମକୁ କୁଚିଣ୍ଡା ଆଇସିଡିଏସ ପକ୍ଷରୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯାଇଛି। ଏହି ଖୁସିରେ ଏକ ଜନ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅବସର ପ୍ରାପ୍ତ ଅଙ୍ଗନବାଡ଼ି କର୍ମୀ ତଥା ୱାର୍ଡ ସଭ୍ୟା ସରସ୍ଵତୀ କିଶାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମାଜ ସେବି ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମକ୍ରିଷ୍ଣ ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କମ ବୟସରେ ବିବାହ ଯୋଗୁଁ ନିଜର ତଥା ଦେଶର ହେଉ ଥିବା କ୍ଷତି ସଂପର୍କରେ ସଚେତନ କରାଇଥିଲେ। ପ୍ରାରମ୍ଭରେ କୁଚିଣ୍ଡା ଆଇସିଡିଏସ କ୍ଷେତ୍ର ପରିଦର୍ଶକ ଜୟଶ୍ରୀ ଗର୍ଡିଆ ସ୍ୱାଗତ ଭାଷଣ ଦେବା ସହ ଗ୍ରାମର ଜନତାଙ୍କ ସହଯୋଗରେ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା ହୋଇ ଥିବାରୁ ଖୁସି ବ୍ୟକ୍ତ କରିଥିଲେ। ଅତିଥି ଗଣ ଏହାକୁ ବଜାୟ ରଖିବାକୁ ତାଙ୍କ ଭାଷଣରେ ଜନ ସହଯୋଗ କାମନା କରିଥିଲେ। ସଭାରେ ବାଲ୍ୟ ବିବାହ ନ କରିବା ନେଇ ଜନ ସଚେତନତା କରିବା ଏବଂ ପ୍ରତ୍ୟେକ ପରିବାରରେ ବୃକ୍ଷ ରୋପଣ କରି ଗାଁକୁ ସବୁଜ ସୁନ୍ଦର କରିବାକୁ ସମସ୍ତେ ମିଳିତ ଶପଥ ପାଠ କରିଥିଲେ। ପରେ ଅଙ୍ଗନବାଡି ଘର ପରିସରରେ ମୁଖ୍ୟଅତିଥି ଶ୍ରୀ ନାୟକ ଓ ପରିଦର୍ଶିକା ଶ୍ରୀମତୀ ଗର୍ଡିଆ ବୃକ୍ଷ ରୋପଣ କରିବା ପରେ ଗାଁର ଖାଲି ସ୍ଥାନରେ ୨୦ ଟି ଚାରା ଲଗାଜାଇଥିଲା। ଆଗାମୀ ଦିନରେ ପ୍ରତ୍ୟେକ ଘରର ବାଡିରେ ତିନୋଟି ଲେଖାଏଁ ଚାରା ମୋଟ ୩୦୦ ବୃକ୍ଷ ରୋପଣ କରାଯିବାକୁ ଗ୍ରାମବାସୀ ସଂକଳ୍ପ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଙ୍ଗନ ବାଡି କର୍ମୀ ମନ୍ଦାକିନି କିଶାନ ତୁଳସୀ ଜମୁଡଳିଆ, ସୀମା କିଶାନ, ତୃପ୍ତିମୟୀ କିଶାନ, ସୁଷମା କିଶାନ, ଶୀତଳ କିଶାନ, ପଦ୍ମିନୀ ବାଗ, ଲକ୍ଷ୍ମୀ ପଧାନ, ଗୋଦାବରୀ ତଣ୍ଡିଆ, ଚକ୍ର କିଶାନ, କୌସ୍ତିକ କିଶାନ, ରଞ୍ଜିତ ବାଘ, ବଳଭାଦ୍ର କିଶାନ, ଅମିତା କିଶାନ, ହରିପ୍ରିୟା କିଶାନ, ରଞ୍ଜିତ ବାଘ, କ୍ରିଷ୍ଣା କଣ୍ଟା ପ୍ରମୁଖ ଯୋଗଦେଇ ଚାରା ରୋପଣରେ ସହଯୋଗ କରିଥିଲେ।ଶେଷରେ କର୍ମୀ ମନ୍ଦାକିନୀ କିଶାନ ଧନ୍ୟବାଦ ଅର୍ପଣ କରିଥିଲେ।