କଂଗ୍ରେସ ଭବନରେ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ


ଜମନକିରା : ଭାରତର ସଭା କନିଷ୍ଠ ପ୍ରଧାନ ମନ୍ତ୍ରୀ ଭାରତ ରତ୍ନ ରାଜୀବ ଗାନ୍ଧୀ ଙ୍କ ଜୟନ୍ତୀ ଉତ୍ସବ ତଥା ସଦଭାବନା ଦିବସ କୁଚିଣ୍ଡା ସ୍ଥିତ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇ ଯାଇଛି । ପୂର୍ବତନ ଏନ୍ ଏ ସି ଅଧ୍ୟକ୍ଷ ତଥା ସଭାପତି ଅଖିଳ ପ୍ରତାପ ସିଂହ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ଅତିଥି ଭାବରେ ଯୋଗଦେଇ ରାଜୀବ ଜୀ ଙ୍କ ସଂଚାର ଓ ଗଣ ଯୋଗା ଯୋଗ ରେ ଉନ୍ନତି ତଥା ୧୮ ବର୍ଷରେ ଭୋଟ ଦାନ ର ଅଧିକାର ପ୍ରଦାନ ଉପରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସ,ମହିଳା କଂଗ୍ରେସ,ଯୁବ କଂଗ୍ରେସ ର ସଦୟ ଓ ସଦସ୍ୟା ବହୁ ସଂଖ୍ୟାରେ ଯୋଗ ଦେଇଥିବା ଦେଖା ଯାଇଥିଲା ।ଶେଷରେ ଛାତ୍ର କଂଗ୍ରେସ ସଭାପତି ଆଶିଷ ପ୍ରତାପ ସିଂ ଧନ୍ୟବାଦ୍ ଅର୍ପଣ କରିଥିଲେ ।