Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜରାବଗା କନିଷ୍ଠ ମହାବିଦ୍ୟାଳୟରେ ବୃକ୍ଷ ରୋପଣ ଓ ସଚେତନତା ସଭା

ଜମନକିରା : ସମ୍ବଲପୁର ଜିଲ୍ଲା ବାମରା ବ୍ଲକର ଜରାବଗା ସ୍ଥିତ ପର୍ଶୁରାମ ଗୌନ୍ତିଆ କନିଷ୍ଠ ମହାବିଦ୍ୟାଳୟ ପରିସରରେ ଶନିବାର ଅଧ୍ୟକ୍ଷ ସନ୍ତୋଷ କୁମାର ପଟେଲ ଙ୍କ ସଭାପତିତ୍ବରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ଆବଶ୍ୟକତା ଶୀର୍ଷକ ଏକ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ତିନି ଥର ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ପରିବେଶ ବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବୃକ୍ଷ ରୋପଣ କୁ ଜନ ଆନ୍ଦୋଳନ ର ରୂପ ଦେବାକୁ ଆହ୍ବାନ ଦେଇଥିଲେ ।ଏଥିରେ ଅନ୍ୟତମ ପ୍ରକୃତି ବନ୍ଧୁ ରବୀନ୍ଦ୍ର କୁମାର ଦାସ,ପଣ୍ଡିତ ଅଲେଖ କୁମାର ପତି ଓ ପଦ୍ମ ଲୋଚନ ଗୁରୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବୃକ୍ଷ ହି ଜୀବନ ବୋଲି ମତ ଦେଇଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ନାୟକ ଙ୍କୁ କଲେଜ ପକ୍ଷରୁ ପରିବେଶବିତ ଭାବରେ ସମ୍ମାନିତ କରିଥିଲେ ।ଏହା ପରେ କଲେଜର ଛାତ୍ର ,ଛାତ୍ରୀ ଙ୍କ ସହିତ ମିଶି ଅତିଥି ଗଣ ବୃକ୍ଷ ରୋପଣ ସହ ତାହାକୁ ପୌସ୍ୟ କରି ବଞ୍ଚାଇ ରଖିବାକୁ ଶପଥ ବଦ୍ଧ ହୋଇ ଥିଲେ ।