Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକଙ୍କ ୫୬ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

ନାରାୟଣ ପାଟଣା ୨୧।୦୮।୨୩ ବନ୍ଧୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଜାଇଛି।ଏହି ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ କୋରାପୁଟ ଜିଲ୍ଲାପାଳ ମହମଦ୍ ଅବଦୁଲ୍ ଅଖତରଙ୍କ ସମେତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,ବନ୍ଧୁଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା,ଆଡିସନାଲ ଏସପି ବଳଭଦ୍ର ଦୀପ, ଉପଜିଲ୍ଲା ବେଣୁଧର ଶବର,ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଅରୁଣ କୁମାର ପାଢ଼ୀ,ଜିଲ୍ଲା ମଙ୍ଗଳ ଅଧିକାରୀ ସୁନିଲ କୁମାର ତାଣ୍ଡିଙ୍କ ଉପସ୍ଥିତିରେ ସମୁଦାୟ ୫୬ଟି ଅଭୋଯୋଗର ଶୁଣାଣି ହୋଇଥିଲା।ଜଣେ ପିଇଓ ଏକ ପ୍ରାଥମିକ ବିଦ୍ୟାଳୟର ସୋନ୍ଧର୍ଯ୍ୟ କାରଣ ନାମରେ ଦେଢ଼ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ମୀନା ବେବରା ଅଭିଯୋଗ କରିଥିଲା ବେଳେ ବ୍ଲକର ଅଧିକାଂଶ ଗ୍ରାମ ପାଣି,ରାସ୍ତାଘାଟ,ବିଜୁଳି ସମସ୍ୟାର ଘାଣ୍ଟି ହେଉଥିବା ସହ ଆବାସ ଯୋଜନାରୁ ଅନେକ ଲୋକ ବଞ୍ଚିତ ଥିବା ଅଭିଯୋଗ ହୋଇଥିଲା।ଏହି ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ବନ୍ଧୁଗାଁ ବିଡିଓ ଅଭିନାସ ସେଠୀ ପରିଚାଳନା କରିଥିବା ବେଳେ ସାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବନ୍ଧୁଗାଁ ଥାନା ତରଫରୁ ବ୍ୟାପକ ପୋଲିସ ମୃତୟନ ହୋଇଥିଲେ।ଏଥିରେ ସବୁ ବିଭାଗର ଜିଲ୍ଲା ଅଧିକାରୀ ମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ