Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଟ ନାଗରିକ ଦିବସ ପାଳିତ ସହ ବୃକ୍ଷ ରୋପଣ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କୁନ୍ତରାସ୍ଥିତ ଧାନ ବିପଣି କେନ୍ଦ୍ର ଠାରେ ଅନ୍ତର୍ଯ୍ୟାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିପଣି କେନ୍ଦ୍ର ପରିସରରେ ବରିଷ୍ଟ ନାଗରିକ ସଂଘର ସଭ୍ୟଗଣ ଆମ୍ବ,ପଣସ, ପିଜୁଳି ଆଦି ଫଳ ଗଛ ସହ ଅଶ୍ବସ୍ଥ,ନିମ୍ବ ସହ ବିଭିନ୍ନ ପ୍ରଜାତିର ଶୋ ଚାରା ୫୯ ଟି ଲଗାଇଛନ୍ତି। ଏହି ଅବସରରେ ବରିଷ୍ଟ ନାଗରିକ ସଂଘର କାର୍ଯ୍ୟକାରୀ ସଭାପତି ନରେଶ ଚନ୍ଦ୍ର ପଟେଲଙ୍କ ସଭାପତିତ୍ବ ଓ ଅନ୍ୟତମ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ କୁମାର ପଟେଲଙ୍କ ସଂଯୋଜନାରେ ଆୟୋଜିତ ସଚେତନତା ସଭାରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରକୃତିବନ୍ଧୁ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ବରିଷ୍ଟ ନାଗରିକଙ୍କ ଅବସର କାଳୀନ ଦିନକୁ ବୃକ୍ଷ ରୋପଣ ରୂପକ ରଚନାତ୍ମକ କାର୍ଯ୍ୟରେ ବ୍ରତୀ ହେବାକୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନ୍ୟତମ ପ୍ରକୃତିବନ୍ଧୁ ଅବସରପ୍ରାପ୍ତ ଉଦ୍ୟାନ ଅଧିକାରୀ ରବିନ୍ଦ୍ର କୁମାର ଦାସ ଓ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦର ଉପସଭାପତି ରମେଶ ପଧାନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବୃକ୍ଷ ରୋପଣକୁ ଗଣ ଆନ୍ଦୋଳନ ରୂପ ଦେବାକୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୁନ୍ତରା କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷ ଗୌରୀ ଶଙ୍କର ପଟେଲ, ଅବସର ପ୍ରାପ୍ତ ଯନ୍ତ୍ରୀ ରମଣୀ କାନ୍ତ ପଟେଲ, ସଙ୍ଘର ସାଧାରଣ ସମ୍ପାଦକ ଲକ୍ଷ୍ମୀ ନାରାୟଣ ମହାପାତ୍ର, ସମ୍ପାଦକ ସତ୍ୟାନନ୍ଦ ନାଏକ, ଅବସର ପ୍ରାପ୍ତ ପୋଲିସ ଅଧିକାରୀ ପରୀକ୍ଷିତ ନାଏକ, କୋଷାଧ୍ୟକ୍ଷ ପ୍ରଭାକର ପଟେଲଙ୍କ ସମେତ ବହୁ ସଦସ୍ୟ ଅଂଶ ଗ୍ରହଣ କରିଥିଲେ। ଶେଷରେ ସଭାପତି ଅଯୋଧ୍ୟା କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।