Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସରପ୍ରାପ୍ତ ସେନା କର୍ମୀଙ୍କ ଅକାଳ ମୃତ୍ୟୁରେ ଜନ ସମାଗମ ଓ ଶୋକ ଶୋଭାଯାତ୍ରା

ଜମନକିରା : ଜମନକିରା ରାଧାକୃଷ୍ଣପଡ଼ା ନିବାସୀ ସ୍ବର୍ଗତ ବୀରେନ୍ଦ୍ରନାଥ କରୱାରଙ୍କ ଆଜି ଶେଷକୃତ୍ୟ ଜମନକିରା ସ୍ମଶାନରେ ରୀତିନୀତି ଅନୁଯାଇ ଅନୁଷ୍ଠିତ ହୋଇଯାଇଛି। ଗତ ୧୯୭୧ ମସିହାରେ ଶ୍ରୀ କାରୱାର ଭାରତ-ପାକ ଯୁଦ୍ଧରେ ସାମିଲ ଥିବା ଯୋଗୁଁ ଗତ ଅକ୍ଟୋବର ୨୦୨୧ ମସିହାରେ ତାଙ୍କୁ ମହାମହିମ ଓଡିଶା ରାଜ୍ୟପାଳ ଶ୍ରୀ ଗଣେଷିଲାଲଙ୍କ ଦ୍ୱାରା ସମ୍ମାନିତ ମଧ୍ୟ କରାଯାଇଥିଲା। ଆଜି ତାଙ୍କର ଅନ୍ତେଷ୍ଟିକ୍ରିୟା ପୂର୍ବରୁ ତାଙ୍କୁ ଜମନକିରା ସଦର ଅଞ୍ଚଳରେ ଏକ ଵିଶାଲ ଶୋଭାଯାତ୍ରା କରାଯାଇ ମର ଶରୀରର ଭବ୍ୟ ଅଭ୍ୟର୍ଥନା କରାଯାଇଥିଲା। ସମ୍ବଲପୁର ଜୁନିଅର କମାଣ୍ଡେଣ୍ଟ ଅଫିସର ତଥା ପୂର୍ବତନ ବାୟୁସେନା କର୍ମଚାରୀ ସଞ୍ଜୟ ନାଏକ, ଓଡ଼ିଶା ପୂର୍ବତନ ସେନା ସଂଘ ସଭାପତି ଶିବନାରାୟଣ ବେହେରା, ପୂର୍ବତନ ବାୟୁସେନା କର୍ମଚାରୀ
ଇନ୍ଦୁଭୂଷଣ ମହାପାତ୍ର, ଜମନକିରା ବିଡ଼ିଓ ପ୍ରସନ୍ନ ପଟେଲ, ଜମନକିରା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲିନି ସିଂଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।