Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ମାରିଲେ ଗ୍ରାମବାସି ।

ସୁବର୍ଣ୍ଣପୁର-ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ମାରିଲେ ଗ୍ରାମବାସି । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ତୁଲୁଣ୍ଡା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା । ତାଲା ମାରିଲେ ସ୍କୁଲ କମିଟି ସଦସ୍ୟ ସଦସ୍ୟା । ଏହି ବିଦ୍ୟାଳୟରେ ସର୍ବମୋଟ ଆଠଟି ଶ୍ରେଣୀ ରେ ୨୫୪ ଜଣ ଛାତ୍ରଛାତ୍ରୀ ଥିବାବେଳେ ମାତ୍ର ୬ ଜଣ ଶିକ୍ଷକ ଅଛନ୍ତି । ଗତ କିଛିଦିନତଳେ ଏଠାରୁ ଦୁଇଜଣ ଶିକ୍ଷକଙ୍କୁ ଡେପୁଟେସନରେ ଅନ୍ୟତ୍ରପଠାଯାଇଥିଲା କିନ୍ତୁ ଡେପୁଟେସନ କେନସେଲ ପରେ ଜଣେ ଆସିଆଉ ଜଣେ ବର୍ତମାନ ପର୍ଯ୍ୟନ୍ତ ବିଦ୍ୟାଳୟରେ ଯୋଗଦାନ କରିନାହାନ୍ତି ଯଉଥିପାଇଁ ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିଦ୍ୟାଳୟରେ ତାଲା ପଡିଥିଲେ ମଧ୍ୟ କୌଣସି ସରକାରୀ ଅଧିକାରୀ ଘଟଣା ସ୍ଥଳକୁ ପହଂଚି ନାହାନ୍ତି । ଯେତେଦିନପର୍ଯ୍ୟନ୍ତ ଶିକ୍ଷକ ପଦବି ପୁରଣ ନହୋଇଛି ବିଦ୍ୟାଳୟର ତାଲା ଖୋଲାଯିବ ନାହିଁ ବୋଲି ଅଭିଭାବକ ମାନେ ପ୍ରକାଶ କରିଛନ୍ତି ।