Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫଳସାଚୁଆଁରେ ବାପୁଜୀ ଯୁବ କ୍ଲବ ପକ୍ଷରୁ ଲାଗିଲା ୬୦୦ ଚାରା

ଜମନକିରା : ଆଜି ବାଙ୍କେ ପଞ୍ଚାୟତ ଅନ୍ତର୍ଗତ ଫଳସାଚୁଆଁ ଗ୍ରାମର ଖେଳ ପଡିଆ ଚାରି ପଟେ ବାପୁଜୀ ଯୁବ କ୍ଲବ ପକ୍ଷରୁ ବିଭିନ୍ନ ପ୍ରଜାତିର ୬୦୦ ଟି ଚାରା ଲଗାଯାଇଛି। ଏହି କାର୍ଯ୍ୟକ୍ରମରେ ଅବସରରେ ପ୍ରାପ୍ତ ଅଧ୍ୟକ୍ଷ ପ୍ରକୃତିବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଓ ସାମାଜିକ କର୍ମୀ ଜଗନ୍ନାଥ ପୃଷେଠ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷ ପ୍ରେମୀ ଯୁବ ସମାଜଙ୍କୁ ଉତ୍ସାହିତ କରିଥିଲେ। ଯୁବ ସମାଜସେବୀ ମାନଙ୍କ ମଧ୍ୟରେ ସ୍ଥାନୀୟ ବାପୁଜୀ କ୍ଲବର ସଭ୍ୟ,ସଭ୍ୟା ସୁଶାନ୍ତ କିଶାନ, ମିତ୍ର କିଶାନ, ତେଜମୟ କିଶାନ, ଅତୁଲ୍ୟ କିଶାନ, ଗଜିନ କିଶାନ, ଟଙ୍କଧର ଲୋହର, କେଦାର ଲୋହର, ରଞ୍ଜନ ବାଘ, ସମୀର ବାଘ, ଶନୁ କିଶାନ, ଗଜିନ୍ କିଶାନ, ଅଶୋକ କିଶାନ, ସୁକାନ୍ତ କିଶାନ, ଅରୁଣ ନାଏକ, ଅତୁଲ୍ୟ କିଶାନ, ସୁଶାନ୍ତ କିଶାନ, କ୍ଷିରୋଦ କିଶାନ, ନରେଶ କିଶାନ,ହେମନ୍ତ କିଶାନ, ସୁଶୀ କିଶାନ, ପଙ୍କଜିନି ନାଏକ, ହରେସ କିଶାନ, ମିତ୍ର କିଶାନ, ମୁକେଶ ପଟେଲ, ସମୟ କିଶାନ ପ୍ରମୁଖ ଅଂଶ ଗ୍ରହଣ କରି ପ୍ରତ୍ୟେକେ ୨୦ ରୁ ଉର୍ଦ୍ଧ୍ୱ ଲେଖାଏଁ ଚାରା ରୋପଣ କରି ତାକୁ ବଞ୍ଚାଇ ରଖିବାକୁ ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories