Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ଼ିମିରିମୁଣ୍ଡା ଗ୍ରାମ ବାଲ୍ୟବିବାହ ମୁକ୍ତ ଘୋଷଣା ପାଇଁ ପ୍ରସ୍ତାବ ଗୃହୀତ

ଜମନକିରା : ଜମନକିରା ବ୍ଲକ ଡ଼ିମିରିମୁଣ୍ଡା ଗ୍ରାମ ପଞ୍ଚାୟତର ଡ଼ିମିରିମୁଣ୍ଡା ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବରେ ଜମନକିରା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁ ପ୍ରସ୍ତାବ ଗୃହୀତ ହୋଇଛି। ଏହି ଅବସରରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଭାତପୁରା ର ସହକାରୀ ଶିକ୍ଷକ ସୁବ୍ରତ କୁମାର ପଣ୍ଡା, କ୍ଷେତ୍ର ପରିଚାଳିକା ମିନା ନାୟକ, ସ୍ୱାସ୍ଥ୍ୟ କର୍ମୀ ନରୋତ୍ତମ ସାହୁ, ସିଏଚଓ ଡିଲେଶ୍ଵରୀ ନାଏକ, ସିଆରପି ମଞ୍ଜୁଲତା ବେହେରା, ଆଶା କର୍ମୀ ଜ୍ୟୋତି ମହାକୁଳ, ଦୀପ୍ତି ମହାକୁଳ, ଅଙ୍ଗନବାଡି କର୍ମୀ ହେମଗିରି ଧୁରୁଆ, ସୁରତି କିସାନ ଏବଂ ଚାଇଲଡ ଲାଇନ କର୍ମୀ ଉପସ୍ଥିତ ଥିଲେ l ଏହି ଅବସରରେ କ୍ଷେତ୍ର ପରିଚାଳିକା ଗତ ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟାଳୟର ସର୍ବେକ୍ଷଣ ଅନୁଯାୟୀ ଏହି ଗ୍ରାମରେ ବାଲ୍ୟ ବିବାହ କରାଯାଇ ନଥିବା ନେଇ ଉପସ୍ଥିତ ସମସ୍ତଙ୍କୁ ଅବଗତ କରେଇଥିଲେ। ଏହା ସହିତ ଏକ ଜନ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ବାଲ୍ୟ ବିବାହ ଏକ କୁସଂସ୍କାର ପ୍ରଥା ହୋଇଥିବା ବେଳେ ଅମାନବିକ ଚିନ୍ତା ଧାରା ବୋଲି ସହକାରୀ ଶିକ୍ଷକ ଉପସ୍ଥିତ ସଭାରେ ମତ ବ୍ୟକ୍ତ କରିଥିଲେ। ଡ଼ିମିରିମୁଣ୍ଡା ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ବୋଲି ଘୋଷଣା ପାଇଁ ପ୍ରସ୍ତାବକୁ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ତରଫରୁ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ମଧ୍ୟ କହିଥିଲେ। ଏହା ସହିତ ବାଲ୍ୟ ବିବାହର କୁପରିଣାମ, ଦଣ୍ଡ ବିଧାନ ସମ୍ବନ୍ଧରେ ଚାଇଲଡ ଲାଇନ କର୍ମୀ ଅବଗତ କରେଇଥିଲେ। ଏହି ପରିପ୍ରେକ୍ଷୀରେ ବାଲ୍ୟ ବିବାହ ନିରାକରଣ ନିମନ୍ତେ ଏକ ଶପଥପାଠ କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀ, ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ