Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁରଞ୍ଜନ ମହାପାତ୍ରଙ୍କ ବିୟୋଗରେ ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଶୋକସଭା

ସମ୍ବଲପୁର:ଓଡିଶା ସାଂସ୍କୃତିକ ସମାଜର ବରିଷ୍ଠ ସଦସ୍ୟ ସୁରଂଜନ ମହାପାତ୍ରଙ୍କ ସ୍ମୃତିରେ ଆଜି ସନ୍ଧ୍ୟାରେ ସାଂସ୍କୃତିକ ସମାଜ କକ୍ଷଠାରେ ଏକ ଶୋକସଭା ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ଉପସଭାପତି ଶିବନାରାୟଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଉପସ୍ଥିତ ସଦସ୍ଯମାନେ ନିରବ ପ୍ରାର୍ଥନା କରି ଈଶ୍ୱରଙ୍କ ନିକଟରେ ୰ ମହାପାତ୍ରଙ୍କ ଆତ୍ମାର ସଦ୍‌ଗତି କାମନା କରିଥିଲେ। ସ୍ୱର୍ଗତ ମହାପାତ୍ର ଜଣେ ପରିଶ୍ରମୀ ତଥା ଅମାୟିକ ବ୍ୟକ୍ତି ଥିଲେ। ତାଙ୍କ ନାମକୁ ସାର୍ଥକ କରି ସମସ୍ତ ସୁ-ଗୁଣ ତାଙ୍କ ଠାରେ ଥିଲା। ସେ ଜଣେ ମିଷ୍ଟଭାଷି ଓ ମେଳାପୀ ବ୍ୟକ୍ତି ହେବା ସହ ଜଣେ ସଚ୍ଚୋଟ ସମାଜସେବୀ ଥିଲେ।ଛାତ୍ରାବସ୍ଥାରେ ଭଲ ଫୁଟବଲ ଖେଳାଳି ହେବା ସହ ବନ୍ଧୁମାନଙ୍କୁ ହସାଇବା ତାଙ୍କର ଅଭ୍ଯାସଥିଲା। ତାଙ୍କ ନିଧନରେ ସମଗ୍ର ପଶ୍ଚିମ ଓଡିଶାର ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ସମ୍ପାଦକ ଡ. ସିଦ୍ଧାର୍ଥ ପଣ୍ଡା,କୋଷାଧ୍ୟକ୍ଷ ଦୀନବନ୍ଧୁ ପଣ୍ଡା,ଉପସଭାପତି ସୂର୍ଯ୍ୟ ପାଣିଗ୍ରାହୀଙ୍କ ସମେତ ଅରବିନ୍ଦ ମହାପାତ୍ର,ଶଶୀଭୂଷଣ ତ୍ରିପାଠୀ,ରାମାନୁଜ ପଣ୍ଡା,ସହ ସମ୍ପାଦକ ସୁରେଖା ସାହୁ,ସୁଧୀର ପୂଜାରୀ,ପ୍ରଫୁଲ୍ଲ କୁମାର ହୋତା,ଦିଲୀପ ବଘାର,ପରେଶ ଚନ୍ଦ୍ର ଦାନୀ,ଡ.ଶ୍ୟାମ ସୁନ୍ଦର ଧର,ଲୋକନାଥ ପାଣ୍ଡେ,ଗୋପାଲ ଗୁପ୍ତା ପ୍ରମୁଖ ଏହି ସଭାରେ ଉପସ୍ଥିତ ରହି ସ୍ବର୍ଗତ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ।