Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶପ୍ରେମ ଭାବ ଓ ପୂର୍ଣ୍ଣାଙ୍ଗ ଶିକ୍ଷା ଉପରେ ଗୁରୁତ୍ୱ

ସମ୍ବଲପୁର:ସମ୍ବଲପୁର ପବ୍ଲିକ ଲାଇବ୍ରେରି ଠାରେ ରାଷ୍ଟ୍ରଗଠନ ରେ ଯୁବପ୍ରସ୍ତୁତି ଧାରାବାହିକ ପ୍ରଶିଷଣ ଶିବିର ର ଏକବିଂଶ ସପ୍ତାହ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହିଇଥିଲା।ମା ଵାଗଦେବୀ ଙ୍କ ପୂଜା ଓ ବିଶ୍ୱଶାନ୍ତି ପ୍ରାର୍ଥନା ପରେ ଆଜିର ପ୍ରଶିକ୍ଷକ ପ୍ରାକ୍ତନ ଇଂରାଜୀ ପ୍ରାଧ୍ୟାପକ ଶ୍ରୀ କାମଦେବ ସାହୁ ଜାତୀୟତା,ଦେଶପ୍ରେମ ଓ ଜାତୀୟତା ଭାବ ଉପରେ ପରେ ତାଙ୍କର ଶିକ୍ଷାଦାନ ଆରମ୍ଭ କରି ପୃଥିବୀର ଓ ବହୁ ମହାପୁରୁଷଙ୍କ ଜୀଵନୀ ଆଲୋଚନା କରି ଦେଶପ୍ରେମ ଭାବ ଉପରେ ବ୍ୟାଖ୍ୟା କରି ଛାତ୍ରଛାତ୍ରୀ ମାନେ ଜାତୀୟତା ଭାବ ପୋଷଣ କରିବାକୁ ଆହ୍ୱାନ ଦେଇଥିଲେ। ଦ୍ଵତୀୟଅଧିବେଶନ କୁ ଆରମ୍ଭ କରି ବରିଷ୍ଠ ଶିକ୍ଷାବିତ ଶ୍ରୀ ଅରବିନ୍ଦ ମହାପାତ୍ର ଅସ୍ତେୟ ଓ ଅପରିଗ୍ରହ ଉପରେ ଆଲୋଚନା କରି ବହିପାଠ ରେ ସୀମିତ ନ ରହି ଚରିତ୍ରବାନ ହେବାକୁ ପିଲାଙ୍କୁ ଉପଦେଶ ଦେଇଥିଲେ।ଆଗରୁ ଶ୍ରୀ ମୁରଲୀଧର ପ୍ରେମନାଥ ନାୟକ ଓ ଉଦିତ ଚନ୍ଦ୍ର ପାଟଯୋଶୀ ଯଥାକ୍ରମେ ଗୌତମ ବୁଦ୍ଧ ଓ ବିଲଗେଟ ଙ୍କ ଜୀବନୀ ଉପରେ କରିଥିବା ଆଲୋଚନା ଆଜି ର ଶିକ୍ଷାଦାନ ରେ ଉପସ୍ଥାପିତ ହୋଇଥିଲା କାର୍ଯ୍ୟକ୍ରମ ର ସଂଯୋଜକ ଶ୍ରୀ ରାଜେନ୍ଦ୍ର ପଣ୍ଡା ସମଗ୍ର ବ୍ୟବସ୍ଥା କୁ ସଞ୍ଚାଳନ କରିଥିବାବେଳେ ପିଲାଙ୍କୁ ପ୍ରେରଣା ଦେବାପାଇଁ ପ୍ରୋ. ଆଦିତ୍ୟ ପ୍ରସାଦ ପାଢ଼ୀ, ସମ୍ପାଦକ ରଘୁନାଥମିଶ୍ର,ପ୍ରୋ.ରବିନାରାୟଣ ମିଶ୍ର ପ୍ରୋ.ସୁରେନ୍ଦ୍ର ପ୍ରସାଦ ପଣ୍ଡା, ,ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା,ଡ଼. ଗିରିଧାରୀ ହୋତା, ଡ଼. ଜୟଦେବ ମେହେର, ଶ୍ରୀବିଭୂତି ନାରାୟଣ ମାଝୀ, ଗୋଳକ ବିହାରୀ ମିଶ୍ର ପ୍ରମୁଖ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ। ଶ୍ରୀ ବିଜୟ କୁମାର ସାହୁ ଓ ସୁନନ୍ଦା ପ୍ରଧାନ ବୈଷୟିକ ସାହଯ୍ୟ ପ୍ରଦାନ କାରିଥିଲେ।ଆଜିର ପ୍ରଶିକ୍ଷଣ ଶିବିର ରେ ମୋଟ ୧୨ଟି ହାଇସ୍କୁଲ ରୁ ୨୩ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ଶେଷର ଧନ୍ୟବାଦ ଓ ଜାତୀୟ ସଙ୍ଗୀତ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ