Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତୀୟ ଦଳିତ ସାହିତ୍ୟ ଏକାଡେମୀର ରାଜ୍ୟ କମିଟିର ସାଧାରଣ ପରିଷଦର ବୈଠକ

ସମ୍ବଲପୁର:ସମ୍ବଲପୁର ସହରର ସାମ୍ବାଦିକ ଭବନରେ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ରାଜ୍ୟ କମିଟିର ସାଧାରଣ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ରାଜ୍ୟ ସଭାପତି ନିହାଲ ସିଂ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ରାଜ୍ୟ ସାଧାରଣ ପରିଷଦ ବୈଠକରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ କୈଳାସ ମହାରଣା, ମୁଖ୍ୟବକ୍ତା ଭାବରେ ବ୍ୟଙ୍ଗଶ୍ରୀ କବି ଗଦାଧର ନିଆଲ, ସମ୍ମାନିତ ଅତିଥି ଭାବରେ ରୁପାଞ୍ଚଲି ରଣବିରା, ଶିବଶଙ୍କର ପଧାନ ପ୍ରମୁଖ ବୈଠକ ରେ ମଞ୍ଚାସିନ ଥିଲେ । ଏହି ବୈଠକରେ ଆଗାମୀ ଦିନରେ ଚଳିତବର୍ଷ ପାଇଁ ଭାରତୀୟ ଦଳିତ ସାହିତ୍ୟ ଉପରେ ରଚନା କରିଥିବା ପ୍ରତିଭା ଙ୍କୁ ଯେଉଁ ରାଷ୍ଟ୍ରୀୟ ସ୍ତରରେ ଆୱ।ଡ଼ ପ୍ରଦାନ କରାଯିବ ସେନେଈ ଆଳୋଚନା କରାଯାଇଥିଲା । ଏଥିସହ ଓଡ଼ିଶା ର ସମସ୍ତ ଜିଲ୍ଲା ରେ ଯେଉଁ ଚୟନ ପ୍ରକ୍ରିୟା କରାଯିବ ସେନେଇ ସ୍ୱତନ୍ତ୍ର ଚୟନ କମିଟି ଗଠନ କରାଯାଇ ସେ ଉପରେ ଆଲୋଚନା ମଧ୍ୟ କରାଯାଇଥିଲା । ଆଜିର ଏହି ବୈଠକରେ ସମ୍ବଲପୁର ଜିଲ୍ଲା ସମେତ ରାଜ୍ୟ ର ବିଭିନ୍ନ ଜିଲ୍ଲାରୁ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ଏକାଡେମୀ ର ସାଧାରଣ ସମ୍ପାଦକ ଫଗନୁ କୁମ୍ଭାର,ଶେଖ
ଇନ୍ତିୱ।ଫ, ଝସକେତନ ଦିପ, ଶିବ ନନ୍ଦ, ଅରକ୍ଷିତ ମହାନନ୍ଦ ପ୍ରଥମ ଉପସ୍ଥିତ ରହି ପରିଚାଳନା କରିଥିବା ବେଳେ ଶେଷରେ
ମହାସଚିବ ମୋମିନା ଖାତୁନ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ