Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁସ୍ଥ ସ୍ୱାସ୍ଥ୍ୟରୁ ସୁସ୍ଥ ରାଷ୍ଟ୍ର ଗଠନ ସମ୍ଭବ:ଆରୋଗ୍ୟ ଭାରତୀ କର୍ମଶାଳାରେ ଆଲୋଚନା

କଲିକତା:ବନଷୌଧିର ପ୍ରଚାର ପ୍ରସାର ଓ ସଂରକ୍ଷଣ ରଖି ଯୋଜନା ବଦ୍ଧ ଭାବେ ସନ୍ତୁଳିତ ଜୀବନ ଶୈଳୀକୁ ପରିବର୍ତ୍ତନ କରିବାର ବର୍ତ୍ତମାନ ସମୟ ଆସିଛି। ଆଜି ପ୍ରତି ପରିବାରର ଦ୍ୱାର ଦେଶରେ ମଧୁମେହ, ରକ୍ତଚାପ, ହୃଦରୋଗ,କ୍ୟାନ୍ସର ଭଳି ଅଣସଂକ୍ରମ ରୋଗ କେବଳ ମୁଣ୍ଡ ଟେକିନି ,ବରଂ ଦିନକୁ ଦିନ ବିଭିନ୍ନ ରୋଗରେ ପରିବାର ଲୋକ ଛଟପଟ ହେଉଛନ୍ତି। ଏହାକୁ ପ୍ରତିହତ କରିବାକୁ ହେଲେ ସୁସ୍ଥ ବ୍ୟକ୍ତି,ସୁ୍ସ୍ଥ ପରିବାର ଓ ସୁସ୍ଥଗ୍ରାମରୁ ସୁସ୍ଥ ରାଷ୍ଟ୍ର ଗଠନ ପାଇଁ ଆମ ମାନସିକତାରେ ପରିବର୍ତ୍ତନ ଆଣି ପ୍ରକୃତି ପରିବେଶ ଓ ଜୀବନ ଶୈଳୀ ପରିବର୍ତ୍ତନର ମୂଖ୍ୟ ସୈନିକ ହୋଇ ଆମକୁ ଯୁଦ୍ଧକାଳିନ ଭିତ୍ତିରେ ତୃଣମୂଳ ସ୍ତରରୁ କାର୍ଯ କରିବାକୁ ହେବ ବୋଲି ଦକ୍ଷିଣ,ଉତ୍ତର ମଧ୍ୟ ବଂଗ ଓ ମଧ୍ୟ, ପୁର୍ବ ଓ ପଶ୍ଚିମ ଓଡିଶା କ୍ଷେତ୍ରିୟ ସ୍ତରୀୟ ଆରୋଗ୍ୟ ଭାରତୀ ପକ୍ଷରୁ ଆୟୋଜିତ କର୍ମଶାଳାରେ ଏଭଳି ମତ ପ୍ରକାଶ ପାଇଛି।କଲିକତାର ହରିଶ ମୂଖାର୍ଜୀ ରୋଡ ସ୍ଥିତ ଏକଲ୍ ଭବନ ଠାରେ ୧ ଦିବସିୟ ବନୌଷଧି ପ୍ରଚାର-ପ୍ରସାର ଯୋଜନା କର୍ମଶାଳାରେ ଡା.ଦୀପକ ତିୱାରୀ,ଡା.ଅଭିଜିତ ଘୋଷ,ଡା.ଅର୍କପ୍ରଭୋ ଜାନ୍ନା ପ୍ରମୂଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ଏଥିରେ ପଶ୍ଚିମ ଓଡିଶାରୁ ଯୋଗ ଦେଇଥିବା ଅର୍ଚନା ସାହାନି ବାର୍ଷିକ କ୍ଷେତ୍ରିୟ ବିବରଣୀ ପାଠ କରିଥୋବା ବେଳେ ସତ୍ୟବ୍ରତ ପାଣିଗ୍ରାହୀ ,ଭୋଲା ପ୍ରସାଦ ଦଣ୍ଡସେନା,ସାନନ୍ଦ ମେହେର, ସିବାନୀ ସୋନୀ,ସଞ୍ଜିବ କୁମାର ସାହୁ ଓ ଡାକ୍ତର ରାଜାରାମ ଷଡଙ୍ଗୀଙ୍କ ସହିତ ପୁର୍ବ ଓଡିଶାର ଗୌତମ ବୁଦ୍ଧ ସିଂ ସାମନ୍ତ ବନୌଷଧି,ଆୟୁବେଦୀୟ ଗୁଲ୍ମ ଲତାର ବ୍ୟବହାର ଓ ଏହାର ସଂରକ୍ଷଣ ସହିତ ପ୍ରତି ପରିବାରରେ ଅଦା,ରସଣ, ମରୀଚ, ପିଆଜ,ବିଭିନ୍ନ ଶାଗ,ଅମୃତ ଭଣ୍ଢା,ମୁନିଗା, କଳରା,ଟମାଟୋ,ଗୁଆର,ପୋଦିନା, ମେରସିଙ୍ଗା,ଧନିଆଁ,ପ୍ରଭୃତିକୁ ନେଇ କିଚେନ ଗାର୍ଡେନର ଆବଶ୍ୟକତା ନେଇ ଆଲୋଚନାରେ ଭାଗ ନେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ