Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜ଼ିଲ୍ଲା ପରିଷଦ ସଭାପତିଙ୍କ ବୁର୍ଲା ଭୀମସାର ମେଡିକାଲ ପରିଦର୍ଶନ

ସମ୍ବଲପୁର:ସମ୍ବଲପୁର ଜ଼ିଲ୍ଲା ପରିଷଦ ସଭାପତି କୁମୋଦିନୀ ନାୟକ ଆଜି ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ ପରିଦର୍ଶନ କରିଛନ୍ତି I ପ୍ରଥମେ ସେ ବିଭିନ୍ନ ୱାର୍ଡ ବୁଲି ରୋଗୀମାନଙ୍କ ସମସ୍ୟା ପଚାରି ବୁଝିବା ସହ ଭୀମସାର ଅଧିକ୍ଷକ ଡ଼ଃ ଲାଲ ମୋହନ ନାୟକ ଙ୍କ ସହିତ ରୋଗୀ ଏବଂ ଡାକ୍ତର ଙ୍କ ସମସ୍ୟା ଉପରେ ଆଲୋଚନା କରିଛନ୍ତି I ଦୁର୍ଘଟଣା ର ଶିକାର ହୋଇ ଭୀମସାର ରେ ଚିକିତ୍ସିତ ହେଉଥିବା ମୁଖ୍ୟମନ୍ତ୍ରୀ ଙ୍କ ବଡ ଫ୍ୟାନ ବରଗଡ଼ର ଖଗେଶ୍ୱର ଦେହୁରୀଙ୍କୁ ଭେଟି ସ୍ୱାସ୍ଥ୍ୟ କଥା ପଚାରି ବୁଝିଥିଲେ I ଏହି ଅବସରରେ ଜ଼ିଲ୍ଲା ପରିଷଦ ଉପ ସଭାପତି ମାଧବ ମିର୍ଧା, ହସ୍ପିଟାଲ ପରିଚାଳକ ଦୀପିକା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ I