Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀର ସୁରେନ୍ଦ୍ର ସାଏ ଇଣ୍ଡୋର ବ୍ୟାଡ଼ମୀଣ୍ଟନ ହଲରେ ରାଷ୍ଟ୍ରୀୟ ଖେଳ ଦିବସ ପାଳିତ.

ସମ୍ବଲପୁର:ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିଅମ ଅନ୍ତର୍ଗତ ଇଣ୍ଡୋର ବ୍ୟାଡ଼ମୀଣ୍ଟନ ହଲ ରେ ସମ୍ବଲପୁର ବ୍ୟାଡ଼ମୀଣ୍ଟନ ଆସୋସିଏସନ ଓ ଆମର ବ୍ୟାଡ଼ମୀଣ୍ଟନ କ୍ଲବ ର ମିଳିତ ଆନୁକୂଲ୍ୟରେ ବିଶ୍ୱ ବିଖ୍ୟାତ ହକି ପୁରୁଷ ମେଜର ଧ୍ୟାନଚାନ୍ଦ ଙ୍କର ଜୟନ୍ତୀ ତଥା ରାଷ୍ଟ୍ରୀୟ ଖେଳ ଦିବସ ଇତିମଧ୍ୟରେ ଆଜି ସକାଳେ ପାଳିତ ହୋଇଯାଇଛି l
ଏହି ଅବସରରେ ବ୍ୟାଡ଼ମୀଣ୍ଟନ ମ୍ୟାଚ ମଧ୍ୟ ଆୟୋଜନ କରାଯାଇଥିଲା l
ରାଷ୍ଟ୍ରୀୟ ଖେଳ ଦିବସ ପାଳନ ର ମୂଳ ଉଦ୍ୟେଶ୍ୟ ବିଷୟରେ ବରିଷ୍ଠ କ୍ରୀଡ଼ାବିତ ତଥା ଆମର ବ୍ୟାଡ଼ମୀଣ୍ଟନ କ୍ଲବ ର ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ଆଲୋକପାତ କରିଥିଲେ l ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ, ସ୍ୱାସ୍ଥ୍ୟ ହିଁ ସମ୍ପଦ l ଜୀବନରେ ଶାନ୍ତି ପାଇଁ ଶରୀର କୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ l ଏହି ସଚେତନତା ବାର୍ତ୍ତା କୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ହିଁ ଏହି ରାଷ୍ଟ୍ରୀୟ ଖେଳ ଦିବସ ର ଆୟୋଜନ l ସେଥିପାଇଁ ଆଜିର ଦିନରେ ସରକାର ମଧ୍ୟ ଖେଳକୁଦ କୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ l
ଶେଷରେ ସମ୍ବଲପୁର ବ୍ୟାଡ଼ମୀଣ୍ଟନ ଆସୋସିଏସନ ର ବରିଷ୍ଠ ସଭ୍ୟ ପ୍ରଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l