Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିରନ୍ତର କୃଷି କାର୍ଯ୍ୟକ୍ରମର ଅନୁଭୂତି କର୍ମଶାଳା

ସମ୍ବଲପୁର: କୃଷିକ୍ଷେତ୍ରରେ କ୍ରମବର୍ଦ୍ଧିଷ୍ଣୁ ଅନିଶ୍ଚିତତା,କୃଷିରୁ ଆୟ କମିବା,କୃଷି ପରିସଂସ୍ଥାନର ଅବକ୍ଷୟ,ଗ୍ରାମାଞ୍ଚଳର ଦାରିଦ୍ର, ଜଳବାୟୁ ପରିବର୍ତ୍ତନ ଅନ୍ୟ ଏକ ସମସ୍ୟା ହୋଇ ଠିଆ ହୋଇଛି। ଏହି ସବୁର ନିରାକରଣ ଓ କୃଷି କ୍ଷେତ୍ରରେ ପୁନଃସର୍ଜନାକୁ ପ୍ରୋତ୍ସାହିତ କରି କୃଷିକୁ ନିର୍ଭରଯୋଗ୍ୟ କରିବା ଓ ଏହି ବ୍ୟବସ୍ଥାର ସାମଗ୍ରିକ ପରିବର୍ତ୍ତନ ଆବଶ୍ୟକତାକୁ ଆଖି ଆଗରେ ଆଜି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସଭାକକ୍ଷରେ “ନିରନ୍ତର କୃଷି କାର୍ଯ୍ୟକ୍ରମର ଅନୁଭୂତି”କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।କର୍ମଶାଳାରେ ଏଫଇଏସର ଜିଲ୍ଲା ସଂଯୋଜକ ସଂଜୀବ ସାହୁ ଜିଲ୍ଲାର ସ୍ଥିତି ଓ କର୍ମଶାଳାର ଉଦ୍ଦେଶ୍ୟ ସଂପର୍କରେ ବର୍ଣ୍ଣନା କରିବା ପରେ ଆନୁଷ୍ଠାନିକ ଭାବେ ଗଛ ମୂଳରେ ପାଣି ଦେଇ କର୍ମଶାଳାକୁ ନିମନ୍ତ୍ରିତ ଅତିଥି ସମୂହ ଉଦଘାଟନ କରିଥିଲେ।ଫାଉଣ୍ଡେସନ୍ ଫର ଇକୋଲଜିକାଲ ସିକ୍ୟୁରିଟି(ଏଫଇଏସ) ପକ୍ଷରୁ ଉଦଘାଟନୀ ଉତ୍ସବରେ ସିଡିଏଓ ଗୌରୀ ଶଙ୍କର ସିଂ ମୁଖ୍ୟଅତିଥି,ଏଡିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ,ଏଡିଓ ଉମା ଶଙ୍କର ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଦକ୍ଷତା ବିକାଶ ଦାୟିତ୍ୱରେ ଥିବା କାର୍ଯ୍ୟକ୍ରମ ପରିଚାଳକ କୃଷ୍ଣ ମୋହନ ମିଶ୍ର ଜିଲ୍ଲାର କୃଷି ତଥ୍ୟକୁ ନେଇ କୃଷି ଓ କୃଷକର ଆତ୍ମନିର୍ଭଶଳତାକୁ ସମ୍ମନ୍ୱୟ, ସହଭାଗିତା ଉପରେ ଆଲୋଚନା କରିଥିଲେ। କର୍ମଶାଳାରେ ଅଂଶଗ୍ରହଣ କରିଥିବା ଲିନାରାଣୀ ସାହୁ ଯୁଯୋମୁରା,ବଇଜନ୍ତି ସାହୁ ରେଙ୍ଗଲି ,ପରିମଳ ପଣ୍ଡା ଜମନକିରା ଲମ୍ବୋଦର କୁମୁରା କୁଚିଣ୍ଡା ଓ ରେଢାଖୋଲର ତାଲିମଦାତା ଅକ୍ଷୟ କୁମାର ଶତପଥୀଙ୍କ ସହିତ ଆଇଟିଡିଏ ସ୍ୱତନ୍ତ୍ର ଅଧିକାରୀ ସୂର୍ଯ୍ୟ ନାରାୟଣ ତ୍ରିପାଠୀ,ଓଟିଇଏଲପି ସଂଯୋଜକ ମାନସ ରଞ୍ଜନ ସାହୁ, ଜିଲ୍ଲାର ୬ ଟି ବ୍ଲକର ବିପିଏମ,ବିଏଓ,ଏଓ, କୃଷିମିତ୍ର, କୃଷକସାଥି, ଜିଆରଏସ ଓ ଯୋଗଦେଇ ନିଜର ଅଭିଜ୍ଞତା ଓ ଅନୁଭୂତି ସଂପର୍କରେ ଆଲୋଚନା କରିଥିଲେ।କୃଷି ବିଜ୍ଞାନ ସମ୍ପର୍କିତ ତାଲିମ୍,ଉପକରଣ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ,

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ