ୟୁଟ୍ଯୁବ ଦେଖି ପିଜୁଳୀ ଚାଷ-ସଫଳ ଚାଷି ଦମ୍ପତ୍ତି-ବାର୍ଷିକ ଲକ୍ଷାଧିକ ଟଙ୍କାର ଆୟ*


ସମ୍ବଲପୁର : କଥାରେ ଅଛି କିଛି କରିବାକୁ ଦୃଢ଼ ଇଚ୍ଛାଶକ୍ତି ଥିଲେ ଉପାୟ ଆପେ ଆପେ ଆସିଥାଏ , ଆଉ ସବୁ ବାଧାକୁ ମୁକାବିଲା କରି ମିଳିଥାଏ ବଡ ସଫଳତା । ଆଉ ଏପରି କିଛି ସଫଳତା ପାଇପାରିଛନ୍ତି ଫଟାମୁଣ୍ଡା ଗାଁର ରହୁଥିବା ଚାଷୀଦମ୍ପତି ହୋଇପାରିଛନ୍ତି ଲକ୍ଷପତି ‌ତେବେ ଏଥିରେ ବି ଅବଦାନ ନେବ ୟୁଟ୍ୟୁବ*
ସମ୍ବଲପୁର ଜିଲ୍ଲା ଫଟାମୁଣ୍ଡା ଗାଁର ରହୁଥିବା ଚାଷୀଦମ୍ପତି ଯଜ୍ଞଶିନୀ କୁଅଁର ମହେନ୍ଦ୍ର କୁଅଁର । ଏବେ ନିଜେ କରିଥିବା ପିଜୁଳୀ ଚାଷ ଓ କାଜୁ ଚାଷ ରେ ମିଳିଥିଡା ବଡ଼ ସଫଳତା ପାଇଁ ଚାଷୀଦମ୍ପତି ଜିଲ୍ଲା ରେ ଚର୍ଚ୍ଚା ରେ ଅଛନ୍ତି । ତେବେ
ସଫଳତା ପାଇବା ପାଇଁ ସୋସିଆଲ ମିଡିଆ ୟୁଟ୍ୟୁବ ଦେଖାଇଥିଛି ସେମାନଙ୍କୁ ରାହା । ୟୁଟ୍ୟୁବ ଦେଖି ସଫଳ ଚାଷୀ ହୋଇପାରିଛନ୍ତି ସମ୍ବଲପୁର ଜିଲ୍ଲାର ଫଟାମୁଣ୍ଡା ଗାଁର ଯଜ୍ଞଶିନୀ କୁଅଁର ମହେନ୍ଦ୍ର କୁଅଁର l ପାରମ୍ପରିକ ପୁରୁଣା ଚାଷ ପଦ୍ଧତି ଛାଡି ଜୈବିକ ପଦ୍ଧତିରେ ପିଜୁଳୀ ଓ କାଜୁ ଚାଷ କରି ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ପାଇଁ ଏହି ଚାଷୀ ଦମ୍ପତି ଏବେ ପ୍ରେରଣା ପାଲଟିଛନ୍ତି l
ପୂର୍ବରୁ ଏହି ଦମ୍ପତି ପାରମ୍ପରିକ ପୁରୁଣା ପ୍ରଣାଳୀ ରେ ଧାନ ଚାଷ କରିଆସୁଥିଲେ l ଏହି ଚାଷରେ ତାଙ୍କୁ ଏତେଟା ଲାଭ ମିଳି ପାରୁନଥିଲା l ତେବେ ସଫଳ ଚାଷୀ ହେବା ପାଇଁ ତାଙ୍କର ଦୃଢ ଇଛା ଶକ୍ତି ଥିଲା l ଦିନେ ନିଜ ମୋବାଇଲ ରେ ୟୁଟ୍ୟୁବ ରେ ଦେଖୁ ଦେଖୁ ତାଇ-୭ ପିଜୁଳୀ ଚାଷ ଓ କାଜୁ ଚାଷ କିପରି ହୋଇଥାଏ ସେ ନେଇ ଏକ ଭିଡ଼ିଓ ଦେଖିଥିଲେ ମହେନ୍ଦ୍ର l ଶେଷରେ ୟୁଟ୍ୟୁବ ରୁ ପ୍ରେରଣା ପାଇ ଆରମ୍ଭ କରିଥିଲେ ଜୈବିକ ପିଜୁଳି ଓ କାଜୁ ଚାଷ l ନିଜର ୨ ଏକର ଜମିରେ ସେ ୨ ହଜାର ଗୋଟି ତାଇ – ୭ ପିଜୁଳି ଚାରା ଗଛ ଲଗାଇଥିଲେ l ତେବେ ଏଥିରେ କୌଣସି ରାସାୟନିକ ସାର ପ୍ରୟୋଗ ହୋଇନଥିଲା l ଏଥିରେ ସେ ସୋରିଷ ଓ ଲିମ୍ବ ପୀଡୁଆ ର ଜୈବିକ ଖତ ପ୍ରୟୋଗ କରିଥିଲେ l ଗୋଟିଏ ଗୋଟିଏ ଚାରା ଗଛକୁ ସେ ୨୫୦ ଟଙ୍କା ଦେଇ ଚାରା ଗଛ ଆଣି ଜମିରେ ଲଗାଇଥିଲେ l ଏଥିରେ ତାଙ୍କର ମୋଟ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା l ଅନ୍ୟପଟେ ଆହୁରି ୩ ଏକର ଜମିରେ ସେ ଜୈବିକ ପଦ୍ଧତିରେ କାଜୁ ଚାଷ ମଧ୍ୟ କରିଛନ୍ତି l ଏବେ ଗଛ ଗୁଡିକ ବଡ ହୋଇ ଫଳ ଧରିବା ଆରମ୍ଭ କରିଲାଣି l
ମହେନ୍ଦ୍ର ଙ୍କ ଏହି ଚାଷ କାମରେ ତାଙ୍କ ସ୍ତ୍ରୀ ଯଜ୍ଞଶିନୀ ଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିଛି l ତାଙ୍କ ସ୍ତ୍ରୀ ସ୍ଥାନୀୟ ସମିତିସଭ୍ୟା ହୋଇଥିବା ବେଳେ ନିଜର କର୍ତଵ୍ୟ ରୁ ଟିକିଏ ଅବସର ମିଳିଲେ ନିଜ ସ୍ୱାମୀ ଙ୍କ ସହିତ ଚାଷ ଜମିକୁ ଯାଇ ସ୍ୱାମୀଙ୍କୁ ଚାଷ କାମରେ ସହଯୋଗ କରିବାକୁ ପଛାନ୍ତି ନାହିଁ l ଏହି ତାଇ- ୭ ପିଜୁଳୀ ଚାଷର ବିଶେଷତ୍ତ୍ୱ ହେଉଛି ଏହା ବର୍ଷକରେ ୩ ଥର ଫଳ ଅମଳ କରିଥାଏ l ଏହି ଚାଷ ଦ୍ୱାରା ଚାଷୀ ମାନେ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ଲାଭବାନ ହେଉଥିବା ବେଳେ ସେ ମଧ୍ୟ ଆଶା ରଖିଛନ୍ତି l ଏହାସହ ଏହିଭଳି ଅର୍ଥକାରୀ ଚାଷ କରି ସେ ନିଜେ ଲାଭବାନ ହେବାସହ ସ୍ଥାନୀୟ ଅଞ୍ଚଳର ୧୦ ଜଣ ଲୋକଙ୍କୁ ରୋଜଗାର ଅବସର ମଧ୍ୟ ଯୋଗେଇଛନ୍ତି l
ଫଟାମୁଣ୍ଡା ଗାଁର ରହୁଥିବା ଚାଷୀଦମ୍ପତି ଏହି ଉଦ୍ୟମ କୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଥିବା ବେଳେ ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଆର୍ଥିକ ବିକାଶ ହୋଇପାରିବ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି l