ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ କଳାପଥର ଗ୍ରାମ ପଞ୍ଚାୟତ ର ଜଗନ୍ନାଥପାଲି ଗ୍ରାମରେ ଜଗନ୍ନାଥ କ୍ଲବ ଆନୁକୂଲ୍ୟରେ ଅଗ୍ରୀମ ନୂଆଁଖାଇ ଭେଟଘାଟ ପାଳନ ହୋଇଯାଇଛି l ଏ ଅବସରରେ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା I ଆୟୋଜକ କ୍ଲବ ର ସଭାପତି ମକୁନ୍ଦ ମେହେର ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟ ସଭାରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୂଖ୍ୟ ଅତିଥି ଏବଂ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ରଘୁନାଥ ଜଗଦଲା , ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟକାନ୍ତୀ ମେହେର , ବୀରମହାରାଜପୁର ବ୍ଲକ ଏ.ପି.ଓ ସମ୍ବିତ ମହାକୁର , ସୁବର୍ଣ୍ଣପୁର ଜିଲ୍ଲା ଆପ୍ ସଭାପତି ସୁରେଶ କଲତା ପ୍ରମୁଖ ସମ୍ମାନିତ ଅତିଥିଭବେ ଯୋଗଦେଇ ଅଗ୍ରୀମ ନୂଆଁଖାଇ ଅଭିନନ୍ଦନ ଜଣେଇବା ସହିତ ନିଜ ନିଜ ର ବକ୍ତବ୍ୟ ପ୍ରଦାନ କରିଥିଲେ l ନୂଆଁଖାଇ ଆମର ଏକ ମହାନ ପର୍ବ l ଏହି ପର୍ବ ଆମ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖୁଛି ଏବଂ ଆମ ସଂସ୍କୃତିର ପରିଚୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ l କାର୍ଯ୍ୟକ୍ରମରେ ଅବିନାଶ ହୋତା ମଞ୍ଚପରିଚଳନା କରିଥିବା ବେଳେ ପରେ ପରେ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ ଦଳଗତ ନୃତ୍ୟ ଓ ସୋଲୋ ନୃତ୍ୟ ପରିବଷଣ ହୋଇ ଥିଲା l ସୁବର୍ଣ୍ଣପୁର , ବଲାଙ୍ଗୀର , ଝାରସୁଗୁଡ଼ା , ସମ୍ବଲପୁର , ବୌଦ୍ଧ , ହୀରାକୁଦ , ଟିଟିଲାଗଡ଼ ଆଦି ଅଞ୍ଚଳରୁ ନୃତ୍ୟ ଦଳ ଅଂଶ ଗ୍ରହଣ କରିଥଲେ l ସୁବଳ ମହକୁାର , ମନୋରଞ୍ଜନ ପଟେଲ , ଶୁଭ ଦାର୍ଶନୀ ମିଶ୍ର ପ୍ରମୁଖ ବିଚାରକ ଭାବେ ଯୋଗଦେଇ ନୃତ୍ୟ ର ମୁଲ୍ୟାୟନ କରିଥଲେ l ଏକକ ନୃତ୍ୟର ଜୁନିଅର ବିଭାଗରେ ବଲାଙ୍ଗୀର ର ସତ୍ୟ ଭାରତୀ ପ୍ରଥମ , ହୀରାକୁଦ ର ସ୍ଵୟଂପ୍ରଭା ମିଶ୍ର ଦ୍ଵିତୀୟ ଓ ବଲାଙ୍ଗୀର ର ଆଦ୍ୟାଶା ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ l ସେହିପରି ସିନିଅର ବିଭାଗରେ ପ୍ରହଲ୍ଲାଦ ଭୋଇ ପ୍ରଥମ , ହୀରାକୁଦ ର ଭଗ୍ୟଶ୍ରୀ ମାଝୀ ଦ୍ଵିତୀୟ ଏବଂ ମଧୁସ୍ମିତା ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ l ଦଳଗତ ନୃତ୍ୟରେ ବଲାଙ୍ଗୀର ର ରକ୍ ଷ୍ଟାର ନୃତ୍ୟଦଳ ପ୍ରଥମ , ସମ୍ବଲପୁର ର ଦି ଗ୍ୟାଙ୍ଗ ଷ୍ଟାର ଦଳ ଦ୍ଵିତୀୟ ଓ ଝାରସୁଗୁଡ଼ା ର କ୍ରାଜି ଡ୍ୟାନସ୍ ଗ୍ରୁପ ତୃତୀୟ ସ୍ଥାନ ଅଧିକାର କରିଥିଲେ l ସମସ୍ତ କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ଏହି ଅବସରର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାଙ୍କୁ ସ୍ୱତନ୍ତ୍ରଭାବେ ସମ୍ବର୍ଦ୍ଧିତ କରଯାଇଥିଲା l
ନୂଆଁଖାଇ ଭେଟଘାଟ ଅବସରରେ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା
