Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ରେଳୱେ ଷ୍ଟେସନ ପାଖରୁ ୨୧୦ ବୋତଲ କଫସିରଫ ଜବତ।

ସମ୍ବଲପୁର-୦୧/୦୮ ସମ୍ବଲପୁର ଅବକାରୀ କାର୍ଯ୍ୟାଳୟର ମୋବାଇଲ ୟୁନିଟ୍ ପକ୍ଷରୁ ସହରର ରେଳୱେ ଷ୍ଟେସନ ନିକଟରେ ୨୧୦ ବୋତଲ ବେଆଇନ କଫସିରଫ ଆଜି ଜବତ କରାଯାଇଛି । ଏହି ଘଟଣାରେ ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଛତିଶଗଡ଼ ରାଜ୍ୟ ବିଲାସପୁର ଜିଲ୍ଲା ର ୨୫ ବର୍ଷିୟ ଅବଦୁଲ ତାଲିବ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଆଜି ବିଶେଷ ସୂତ୍ରରୁ ଖବର ପାଇଁ ଅବକାରୀ କାର୍ଯ୍ୟାଳୟ ସହରର ରେଳୱେ ଷ୍ଟେସନ ନିକଟରେ ଅଭିଯୁକ୍ତ ଙ୍କ ଠାରୁ ସେ ରଖିଥିବା ୨୧୦ ଗୋଟି ବେଆଇନ କଫସିରଫ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିଲା ନେଇ ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।