Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂସର ପଞ୍ଚାୟତ ଧାଦୁମୁଣ୍ଡାର ଡାଇରିଆ ନିୟନ୍ତ୍ରଣ

ସମ୍ବଲପୁର(କଂସର): ଯୁଯୋମୁରା ବ୍ଲକ କଂସର ପଞ୍ଚାୟତର ଧାଦୁମୁଣ୍ଡା( ତେନ୍ତୁଲିପଡା) ଠାରେ ୨ ତଳେ ଡାଇରିଆରେ ବହୁ ଲୋକ ଆକ୍ରାନ୍ତ ହୋଇଥିଲେ । ପାନୀୟ ଜଳ ସମସ୍ୟାକୁ ନେଇ ଏଭଳି ଘଟଣା ଘଟିଥିବା ନେଇ ସୂଚନା ମିଳିଥିଲା । ତେବେ ଏହା ନିୟନ୍ତ୍ରଣ ବାହାରକୁ ଯାଉଥିବା ଖବର ପାଇ ସ୍ଥାନୀୟ ସରପଞ୍ଚ୍ ଦିବାକାର ବେହେରା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନଜରକୁ ନେବା ପରେ ତ୍ୱରୀତ ଗାଁରେ ଡାକ୍ତରୀ ଦଳ ରାତିରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରିବା ସହ ଗୁରୁତର ରୋଗୀଙ୍କୁ ଡାକ୍ତର ଖାନାରେ ପହଞ୍ଚାଇବାକୁ ପଦକ୍ଷେପ ନେଇଥିଲେ । ସିଡିଏମଓଙ୍କ ନିର୍ଦ୍ଦେଶରେ ଯୁଯୋମୁରା ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ ପୁର୍ଣ୍ଣ ସହଯୋଗ କରିଥିବାରୁ ବର୍ତ୍ତମାନ ଡାଇରିଆ ନିୟନ୍ତ୍ରଣରେ ରହିଥିବା କଂସର ସରପଞ୍ଚ ସୂଚନା ଦେଇ ସ୍ୱାସ୍ଥ୍ୟ ବିଭାଗକୁ ନିଜର କୃତଜ୍ଞତା ଜଣାଇଛନ୍ତି। ସୂଚନା ଯୋଗ୍ୟଯେ ଗତ କାଲି ରାତି ୮ ଟା ସୁଦ୍ଧା ୨୫ ରୁ ଉର୍ଦ୍ଧ୍ବ ରୋଗୀ ଏଥିରେ ଆକ୍ରାନ୍ତ ହୋଇଥିଲେ।ଏଥିରେ ଅଞ୍ଚଳର ଜଣେ ସାମାଜିକ କର୍ମୀ ସରପଞ୍ଚଙ୍କ ଠାରୁ ସୂଚନା ପାଇ ସହଯୋଗର ହାତ ବଢାଇଥିଲେ।