Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶତାୟୁ ଦିବାକର ପଟ୍ଟନାୟକଙ୍କ ବିୟୋଗରେ ଶୋକସଭା

ଦେବଗଡ଼: ସ୍ଥାନୀୟ ଘରୋଇ ହୋଟେଲ ରୋନକ ପ୍ଲାଜା ଠାରେ କଂଗ୍ରେସ ପରିବାର ପକ୍ଷରୁ ଆଜି ସମାଜସେବୀ ତଥା ପୂର୍ବ ସରପଂଚ ଶତାୟୁ ଦିବାକର ପଟ୍ଟନାୟକଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶୋକସଭାରେ ପୂର୍ବ ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ, କଂଗ୍ରେସ ଏସସି ସେଲ ‌ସଭାପତି ମଞ୍ଜୁଳ ନାଏକ,ବରିଷ୍ଠ କଂଗ୍ରେସ ନେତା ନେତ୍ରାନନ୍ଦ ସାମଲ, ପ୍ରମୋଦ ମିଶ୍ର,ବସନ୍ତ ମିଶ୍ର, ବିନୋଦ ବିହାରୀ ନାୟକ, ସଚ୍ଚିଦାନନ୍ଦ ପଟ୍ଟନାୟକ, କ୍ଷିତିଶ ପ୍ରଧାନ, ଅମରଜିତ ବାର୍ଲା, ପ୍ରକାଶ ଚନ୍ଦ୍ର ଦେବତା, ବିକାଶ ଖଡିରତ୍ନ , ଶମ୍ଭୁନାଥ ପ୍ରଧାନ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ପଟ୍ଟନାୟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିବା ସହିତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ