Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛତାବର ରୋହୀଦାସ ପଡାକୁ ଆଖି ପାଉନି ପ୍ରଶାସନର,ବ୍ୟାପୁଛି ମହାମାରୀ

ସମ୍ବଲପୁର:ଦୀର୍ଘ ବର୍ଷ ହେଲା ମାନେଶ୍ଵର ବ୍ଲକ ଗୁଣ୍ଡେରପୁର ପଞ୍ଚାୟତ ଅନ୍ତର୍ଗତ ଛାତବର ଗ୍ରାମର ଚମରପଡା ହନ୍ତସତ ହେଉଛନ୍ତି। ଦଶ ବର୍ଷ ହେଲା ସମ୍ବଲପୁର ମହାନଗର ନିଗମ ର ୪୧ ନମ୍ବର ୱାର୍ଡ ଅଧୀନରେ ଥିବା ଛାତବର ଚମରପଡା ଏବେବି ସାମାନ୍ୟତମ ସରକାରୀ ବ୍ୟବସ୍ଥା ଠାରୁ ବହୁ ଦୂରରେ l କେନାଲ ରାସ୍ତାରୁ ଏହି ୬୦ ପରିବାର ବାସ କରୁଥିବା ବସ୍ତିକୁ ଭଲ ରାସ୍ତା ଟିଏବି ନାହିଁ l ସରକାର ଘରକୁ ଘର ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳଯୋଗାଣର ଘୋଷଣା କରୁଥିବା ସରକାର ଆଜିଯାଏ ସାମାନ୍ୟତମ ବ୍ୟବହାର ଉପଯୋଗି ଯୋଗ୍ୟ ପାଣିର ବ୍ୟବସ୍ଥା କରିପାରିନାହାନ୍ତି ଜିଲ୍ଲା ପ୍ରଶାସନ l ଦୀର୍ଘ ବର୍ଷ ହେଲା ବାରମ୍ବାର ଏହି ସମସ୍ୟା ବିଷୟରେ ଜିଲ୍ଲା ପ୍ରଶାସନ, ସମ୍ବଲପୁର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଅଣାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ l
ଅନତି ଦୂରରେ ଥିବା ଗୋଟିଏ ପୋଖରୀର ପାଣି ମଧ୍ୟ ବ୍ୟବହାର ଉପଯୋଗୀ ନୁହେଁ ବୋଲି କୁହନ୍ତି ପଡା ବାସୀ l ବସ୍ତିର କୌଣସି ବ୍ୟକ୍ତି ରୋଗଗ୍ରସ୍ତ ହେଲେ ରୋଗୀଙ୍କୁ ଆମ୍ବୁଲାନ୍ସ ପାଖକୁ ଆଣିବାପାଇଁ ସାମାନ୍ୟ ରାସ୍ତା ଟିଏ ବି ନାହିଁ l
ଆଜି ଅବସ୍ଥା ଏଇ ସ୍ଥିତି ରେ ପହଂଚିଛି ଯେ, ଦୀର୍ଘ ୨୦ ଦିନ ହେଲା ବସ୍ତିରେ ଝାଡା ବାନ୍ତି ଜ୍ୱର ରେ ୨୫ରୁ ଉର୍ଦ୍ଧ୍ୱ ଲୋକ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି l ଏଭିତରେ ଅଭିଯୋଗ ପରେ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀଙ୍କ ନିର୍ଦେଶକ୍ରମେ ଏକ ଡାକ୍ତରୀ ଦଳ ବସ୍ତି କୁ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା କରି ଚିକତ୍ସା କରିଛନ୍ତି l ଏବେ ବି କିଛି ବ୍ୟକ୍ତି ଚିକିତ୍ସାଧୀନ ଥିବାର ବିଷୟରେ ସୂଚନା ଦେଇଛନ୍ତି ଛତାବର ଚମାରପଡାବାସୀ lସମ୍ବଲପୁର ମହାନଗର ନିଗମର ୪‍୧ ନମ୍ବର ୱାର୍ଡ ଅନ୍ତର୍ଗତ ଛତାବର ଚମାରପଡାର ବାସିନ୍ଧା ପୁଣି ଥରେ ବସ୍ତିର ସାମଗ୍ରିକ ସମସ୍ୟାର ତୁରନ୍ତ ସମାଧାନ ଦାବିରେ ଜିଲ୍ଲା ପ୍ରଶାସନଙ୍କୁ ଜଣାଇବାକୁ ଆସିଥିଲେ l ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଚମାର ପଡା( ରୋହିଦାସ ପଡା ) ବାସିନ୍ଧା ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଏହାର ସୁଫଳ ପାଇଁ ଅନୁରୋଧ କରିଛନ୍ତି।ଏହି ଅବସରରେ ଶ୍ରୀ ମହାନ୍ତି ଚମାରପଡାର ସମସ୍ୟାସବୁକୁ ଜିଲ୍ଲାପାଳ ଙ୍କର ଗୋଚରକୁ ଆଣିବା ସହ ଅନ୍ୟlନ୍ୟ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଦିଆଯାଇ ସମସ୍ୟାର ସମାଧାନ ଦିଗରେ ପ୍ରୟାସ କରାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ