Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

ଜିଲ୍ଲାପାଳ ସମିଳନୀ କକ୍ଷ ଠାରେ ରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଯୋଗଦେଇ ଆସିଥିବା ୨୪ଟି ଅଭିଯୋଗ ଶୁଣାଣି କରି ଏହା ଉପରେ ଆବଶକ୍ୟ ପଦକ୍ଷେପ ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଅଭିଯୋଗ ଶୁଣାଣୀ ଶିବିରରେ ୧୭ଟି ବ୍ୟକ୍ତିଗତ ସମସ୍ୟା ଏବଂ ୦୭ଟି ସାମୁହିକ ସମସ୍ୟା ରହିଥିଲା। ଶିବିରରେ ୦.୦୪ ଡି.ସି.ମି.ଲି ଜମିବାଡ଼ି ପଟା, ପାଣି ଅଭାବରୁ ଫସଲ ନଷ୍ଟ, ମେଗା ୱାଟର ପ୍ରୋଜେକ୍ଟ ମାଧ୍ୟମରେ ପାଣି ଯୋଗାଣ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ନିର୍ମାଣ, ମଧୁବାବୁ ପେନସନ ଜନସାଧାରଣ ମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଭିଯୋଗ ଗୁଡ଼ିକ ଶୁଣିବା ପରେ ଏଗୁଡ଼ିକ ତୁରନ୍ତ ସମାଧାନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସଂପୃକ୍ତ ବିଭାଗ ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହି ଶିବିର , ଆରକ୍ଷୀ ଅଧିକ୍ଷକ ପ୍ରଦ୍ୟୁମ୍ନ କୁମାର ମିଶ୍ର, ଉପଜିଲ୍ଲାପାଳ ଅରକ୍ଷୀ ତ ସାହୁ , ଡେପୁଟି କଳଲେକଟର ଲୀଳାବତୀ ନାୟକ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।