Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେବଗଡ଼ ଜିଲ୍ଲା ରେ ବ୍ଲକସ୍ତରୀୟ ମିଶନ ଶକ୍ତି ଋଣ ମେଳା

ଦେବଗଡ଼ ଜିଲ୍ଲା ରେ ଆଜି ବାରକୋଟ ବ୍ଲକ ସମ୍ମିଳନୀ କକ୍ଷ ଠାରେ ମିଶନ ଶକ୍ତି ଦ୍ଵାରା ଆୟୋଜିତ ଋଣ ମେଳା ରେ ଜିଲ୍ଲାପାଳ ସୋମେଶ କୁମାର୍ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ମିଶନ ଶକ୍ତି ଓ ମହିଳା ଶିଶୁ ବିଭାଗ ମନ୍ତ୍ରୀ ବାସନ୍ତୀ ହେମରମ୍ ବରଣ୍ୟ ଅତିଥି ବ୍ଲକ ଚେୟାରମ୍ୟାନ ପୁଷ୍ପାଞ୍ଜଳୀ ପାତ୍ର, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଧର୍ମାନନ୍ଦ ବେହେରା, ଲିଡ ଡ଼ିଷ୍ଟିକ୍ ମ୍ୟାନେଜର ରବୀନ୍ଦ୍ର କୁମାର ମହାନ୍ତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ସୟ ଯୋଗଦେଇ କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ଵଳନ କରି ଉଦ୍ ଘାଟନ କରିଥିଲେ। ସଭାପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଉପାଧ୍ୟାୟ ୨୫୭ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୮କୋଟି ୩୬ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଥିଲେ । ଏତତ୍ ବ୍ୟତୀତ ୪୧ ଜଣ ଗୋଷ୍ଠୀ ସହାୟକା ଙ୍କୁ ସ୍କୁଟର ଲୋନ ମଞ୍ଜୁର କରାଯାଇଥିଲା । ଜିଲ୍ଲା ପ୍ରକଳ୍ପ ପରିଚାଳିକା ମିଶନ ଶକ୍ତି ସ୍ମରଣିକା ମହାପାତ୍ର ପାରମ୍ବିକ ସୂଚନା ଦେଇଥିଲେ ।