Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାରକୋଟ ଝାରସୁଗୁଡା ରେଳ ଲାଇନ ରିୟାମାଳ ଦେଇ ଯିବ ପୂର୍ଵ ତଟ ରେଳବାଇ

ବାରକୋଟ -ଝାରସୁଗୁଡା ରେଳ ଲାଇନ,ରିଆମାଳ ବାଟ ଦେଇ ଯିବ ବୋଲି ଜଣା ପଡିଛି lବିବରଣୀରୁ ପ୍ରକାଶ ଯେ ଆଜି 04.09.23ରିଖ ଦିନ ଜ଼ିଲ୍ଲା ନାଗରିକ କମିଟିଙ୍କ ଏକ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ରେଳ ସଦନରେ ମୁଖ୍ୟ ଯନ୍ତ୍ରୀ (ନିର୍ମାଣ )ଇ. ରାଧାମୋହନ ସିଂ ଙ୍କ ସହିତ ବାରକୋଟ -ଝାରସୁଗୁଡା ରେଳ ପଥର ଫାଇନାଲ ଲୋକେସନ ସୋର୍ଭ ଓ ଡ଼ି.ପି.ଆର. ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ କରିବା ସହିତ ଆଲୋଚନା କରିଥିଲେl ସମ୍ଭାବ୍ୟ ଷ୍ଟେସନ ବିଷୟରେ ମଧ୍ୟ ଆଲୋଚନା କରିଥିଲେl ଆଗାମୀ ଚାରି ମାସ ମଧ୍ୟରେ ସୋର୍ଭ ଓ ଡ଼ି ପି ଆର କାର୍ଯ୍ୟ ସମାପ୍ତ ହେବବୋଲି ଇଞ୍ଜିନିଅର ସିଂ ନିର୍ଭର ପ୍ରତିଶୃତି ଦେଇଛନ୍ତି lତାତ୍ପର୍ଯ୍ୟପୂର୍ଣ୍ଣ ବିଷୟଯେ, ଏହି ରେଳ ପଥ ରିଆମାଳ ଦେଇ ଯିବ ବୋଲି ପୂର୍ବ ତଟ ରେଳ ପଥ ବିଭାଗ ପ୍ରତିନିଧି ଦଳଙ୍କୁ ସୂଚନା ପ୍ରଦାନ କରିଛନ୍ତି lଏହି ପ୍ରତିନିଧି ଦଳରେ କମିଟିର ସମ୍ପାଦକ ଶ୍ରୀ ସୁଧୀର କପରଦାର, ଉପନଗରପାଳ ପ୍ରଜିତ ଭୋଜ,ଲକ୍ଷ୍ମଣ ପ୍ରଧାନ,କୁମୁଦବନ୍ଧୁ ଶତପଥି ତଥା ରାଘବ ମହାରଣା ପ୍ରମୁଖ ଯାଇଥିଲେ