Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଇଟେକ ସର୍ଭେକୁ ରଦ୍ଦ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି

ଦେବଗଡ଼:ଦେବଗଡ ଜିଲ୍ଲାରେ ‌ହୋଇଥିବା ହାଇଟେକ ସର୍ଭେରେ ବ୍ୟାପକ ତ୍ରୁଟି ହୋଇଥିବା‌ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ହାଇଟେକ ସର୍ଭେକୁ ତୁରନ୍ତ ସଂପୂର୍ଣ୍ଣ ଭାବେ ରଦ୍ଦ କରିବା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏନେଇ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ରା‌ଜସ୍ବ ବିଭାଗ ପକ୍ଷରୁ କରାଯାଇଥିବା ହାଇଟେକ ସର୍ଭେରେ ବ୍ୟାପକ ତ୍ରୁଟି ଥିବା ଯୋଗଁୁ ଲୋକମାନେ ନାହଁି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ହାଇଟେକ ସର୍ଭେକୁ ରଦ୍ଦ କରାଯାଇ ଅଭିଜ୍ଞ କର୍ମଚାରୀମାନଙ୍କୁ ନେଇ ପୁର୍ନବାର ସର୍ଭେ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏନେଇ ଜିଲ୍ଲାପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଆନ୍ଦେ‌ାଳନକରାଯିବ ବୋଲି ଚେତାବନୀ ଦିଆଯାଇଛି । ଉକ୍ତ ଦାବି ପତ୍ର ପ୍ରଦାନ ବେଳେ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମ, ବରିଷ୍ଠ କଂଗ୍ରେସ ନେତା ନେତ୍ରାନନ୍ଦ ସାମଲ, ବସନ୍ତ ମିଶ୍ର, ମଞ୍ଜୁଳ ନାଏକ, ସୁଶାନ୍ତ ସ୍ବାଇଁ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସଲମନ ହେନେଜ, ସାଗର ପ୍ରଧାନଙ୍କ ସମେତ ବହୁ କଂଗ୍ରେସକର୍ମୀ ଉପସ୍ଥିତ ଥିଲେ ।