Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରକ ଚାପାରେ ହେଲପର ମୃତ

ଦେବଗଡ଼:ବାରକୋଟ ଥାନାଚଂଳର ବିଦେଇବଡକୁଦର ଗ୍ରାମରେ ଥିବା ଟୋଲ ପ୍ଲାଜା ନିକଟରେ ଟ୍ରକର ଚାପାରେ ଆଜି ଜଣେ ହେଲପରର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ମହାରାଷ୍ଟ୍ର ରାଜ୍ୟର ଚନ୍ଦ୍ରପୁର ଅଂଚଳର ବିକାଶ ମାରୋତି ୱାଦାଇ(୩୪) । ସୂଚନା ଅନୁଯାୟୀ , ପୁନେରୁ ପାରାଦ୍ବୀପ ଅଭିମୁଖେ ଯାଉଥିବା ଟ୍ରକ ରାସ୍ତା ଉପରେ ଛିଡା ହୋଇଥିବା ବେଳେ ଟ୍ରକ ତଳେ ଅନ୍ୟ ଏକ ଟ୍ରକର ହେଲପର ବିକାଶ ଶୋଇଥିଲେ । ମାତ୍ର ଟ୍ରକ ଚାଳକ ଜାଣିନପାରି ହେଲପରଙ୍କ ଉପରେ ଟ୍ରକ ଚଢାଇ ଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ବିକାଶର ମୃତ୍ୟୁ ଘଟିଥିଲା । ଏନେଇ ସ୍ଥାନୀୟ ବାସିନ୍ଦାମ‌ାନେ ବାରକୋଟ ଥାନା ପୁଲିସକୁ ସୂଚନା ଦେଇଥିଲେ । ଖବରପାଇ ବାରକୋଟ ଥାନା ପୁଲିସ ଶବ ଜବତ କରିବା ସହିତ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।