Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ତୃପ୍ତିରାଣୀଙ୍କ ଦ୍ୱାଦଶ ମୃତ୍ୟୁ ବାର୍ଷିକିରେ ସୁନ୍ଦରାକାଣ୍ଡ ପାରାୟଣ

ସମ୍ବଲପୁର(ଡଙ୍ଗରପଡା):ମାତୃଶକ୍ତିର ସୁଗୃହିଣୀ ଭାବେ ପରିଚିତ ଡଙ୍ଗରପଡା ଗ୍ରାମର ତୃପ୍ତିରାଣୀ ପଣ୍ଡାଙ୍କ ଆଜି ଥିଲା ଦ୍ୱାଦଶ ମୃତ୍ୟୁ ବାର୍ଷିକି । ଏହି ଅବସରରେ ଆଜି ଡଙ୍ଗରପଡା ଜଗନ୍ନାଥ ମନ୍ଦିର ଠାରେ ସୁନ୍ଦରାକାଣ୍ଡ ପାରାୟଣ ସହିତ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭତରାର ଶଙ୍କର ଜ୍ୟୋତି ମାତୃ ସଂଘ ପକ୍ଷରୁ ଆୟୋଜିତ ଏହି ପାରାୟଣ କାର୍ଯ୍ୟକ୍ରମରେ ପଦ୍ମିନୀ ପତି,ଗୋପ ରଞ୍ଜନ ପତି, ପଦ୍ମାସିନୀ ମିଶ୍ର,ଜଲି ପଣ୍ଡା,ଅନୁପମା ମହାପାତ୍ର,ମନୋରଞ୍ଜନ ପୁରୋହୀତ, ରମେଶ ଝାଙ୍କର,ସଂଜୁକ୍ତା ପଣ୍ଡା,ବୀଣାପାଣି ପାଢୀ,ସୁବର୍ଣ୍ଣ ପତି,ସଞ୍ଜିବ ପୁରୋହୀତ,ଜ୍ୟୋତିକା ମିଶ୍ର,ସଞ୍ଜୁ ବ୍ରହ୍ମଚାରୀ ,ସତ୍ୟନାରାୟଣ ବିଶି,ଅମ୍ବରିଶ ଶର୍ମା ପ୍ରମୂଖ ଏହି ପାରାୟଣ କରିଥିଲେ। ସେହିପରି ସହଁରାପଡାର ରାଧାକାନ୍ତ ବିଶ୍ୱାଳ ଓ ମାଥୁଲ ବିଶ୍ୱାଳ ପ୍ରମୁଖଙ୍କ ଦ୍ୱାରା ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଉପସ୍ଥିତ ସମସ୍ତ ଭକ୍ତ ଓ ତୃପ୍ତି ଅନୁରାଗୀଙ୍କୁ ଅନ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା। ସୂଚନା ଯୋଗ୍ୟଯେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କର୍ମଚାରୀ ନେତା ତଥା ସମାଜସବୀ ଦିଲ୍ଲୀପ କୁମାର ପଣ୍ଡାଙ୍କ ତୃପ୍ତିରାଣୀ ଥିଲେ ସହଧର୍ମିଣୀ। ଶ୍ରୀପଣ୍ଡାଙ୍କ ମୁଖ୍ୟ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦିବାକର ବଡପଣ୍ଡା,ସଞ୍ଜିବ ପଣ୍ଡା,ଦୟାସାଗର ପଣ୍ଡା, ଭୁବନ ପ୍ରଧାନ,ମହେଶ ପୁରୋହୀତ,ନିର୍ମଳ ପାଢୀ,ଶାସ୍ୱତ ବଡପଣ୍ଡା,ଉମେଶ ବଡପଣ୍ଡା,ଉଦ୍ଧବ ମାଝୀ,ସଚ୍ଚିଦାନନ୍ଦ ପ୍ରଧାନ,ହିମାଂଶୁ ଶେଖର ପଣ୍ଡା,ରଞ୍ଜିତା ପୁରୋହୀତ,ମନୋରମା ପାଣିଗ୍ରାହୀ,ରାଜେଶ ପଣ୍ଡା,ଇନ୍ଦିରା ବଡପଣ୍ଡା,ଯଶୋବନ୍ତି ବାରିକ ପ୍ରମୂଖ ଏହାକୁ ପରିଚାଳନା କରିଥିଲେ।.ଏହି ଅଭିନବ କାର୍ଯ୍ୟକ୍ରମକୁ ନେଇ ଅଞ୍ଚଳରେ ଖୁସୀ ପ୍ରକାଶ ପାଇଛି।