Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧୋବି ଜୋର ନର୍ଦମା ପାଣି ମିଶୁଛି ହରଡ଼ ଜୋର କେନାଲରେ

ସମ୍ବଲପୁର:ସ୍ଥାନୀୟ କମିଶନର କଲୋନୀ ହାଇସ୍କୁଲ ପଛପଟେ ନିର୍ମିତ ଧୋବିଜୋର ବନ୍ୟାଞ୍ଚଳ ନିଷ୍କାସନ ପ୍ରକଳ୍ପ ଦ୍ଵାରା ସହରର ନର୍ଦମା ପାଣି ବାହାରି ଅଦରକାରୀ ସ୍ଥାନରେ ପଡିବା ଉଚିତ କିନ୍ତୁ ଏହା ସିଧାସଳଖ ଯାଇ ହରଡ଼ ଜୋର କେନାଲରେ ମିଶୁଛି ଯାହାକି ବର୍ତ୍ତମାନ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ! ପ୍ରକାଶ ଥାଉ କି ଏହି ହୋରଡ଼ ଜୋର କେନାଲ ଉପରେ ଗୋବିନ୍ଦତୋଳା,ଧନୁପାଲି ଠୁ ନେଇ ମାଲତିଯୋର, ଖଣ୍ଡୁଆଲ ପଯ୍ୟନ୍ତ ହଜାର ହଜାର ଲୋକେ ନିର୍ଭର କରିଥାନ୍ତି ।ଏହି ପାଣି ନିତ୍ୟ ବ୍ୟବହାର୍ଯ୍ୟ ହୁଏ ଖାଇବା, ଗାଧୋଇବା ଠାରୁ ବିଭିନ୍ନ କାର୍ଯ୍ୟରେ ନିର୍ଭର କରନ୍ତି।ଯାହା ଫଳରେ ଏ ଅଞ୍ଚଳର ଅନେକ ଲୋକଙ୍କ ଚର୍ମରୋଗ, ଯକ୍ଷ୍ମା ଭଳି ରୋଗ ଦେଖା ଦେବାରେ ଲାଗିଲାଣି ! ଆଇନଜୀବୀ ସୁରେନ୍ଦ୍ର ଥାପା ଓ ସ୍ଥାନୀୟ ଅଞ୍ଚଳର ସାଧାରଣ ଲୋକେ ଅନେକଥର ଜିଲ୍ଲା ପ୍ରଶାସନର ଦ୍ଵାରାସ୍ତ ହେଲେ ମଧ୍ୟ କିଛି କାର୍ଯ୍ୟକାରୀ ହେଉନାହିଁ ବୋଲି ଶ୍ରୀ ଥାପା ପ୍ରକାଶ କରିଛନ୍ତି ! ଏଠାରେ ଯଥାଶୀଘ୍ର ଗୋଟେ ଆନିକୋଟ ନିର୍ମାଣ କିମ୍ବା ନର୍ଦମା ପାଣିକୁ ଫିଲ୍ଟର କରିବା ବ୍ୟବସ୍ଥା କରାଗଲେ ଆଗକୁ ଏ ଅଞ୍ଚଳର ଲୋକେ ରୋଗରୁ ମୁକ୍ତ ହେବେ ବୋଲି ସାଧାରଣରେ ଦାବୀ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ