Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଥାଇବକ୍ସିଂ ଚାମ୍ଫିଅନସିପରେ ଦେବଗଡ ଝିଅର ସଫଳତା

ଦେବଗଡ଼: ଭୁବନେଶ୍ବର ସ୍ଥିତ ରାଜ୍ୟ ଜବାହର ବାଳଭବନ ଠାରେ ୧୪ତମ ଜାତୀୟ ଥାଇବକ୍ସିଂ ଚାମ୍ଫିଅନସିପ ଅନୁଷ୍ଠିତ ହୋଇଥିଲା । ଏଥରେ ଭାରତର ବିଭିନ୍ନ ରାଜ୍ୟରୁ ମୋଟ ୫୪୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ତନ୍ମଧ୍ୟରୁ ସରାଙ୍ଗ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନରେ ପଢୁଥିବା ଦେବଗଡ ଝିଅ ସୁଶ୍ରୀ ସୋନାଲିକା ସାହୁ ଅଂଶଗ୍ରହଣକରି ୬୦ ରୁ ୬୪ କିଲୋଗ୍ରାମ ବର୍ଗରେ ଜାତୀୟ ସ୍ତରରେ ସ୍ବର୍ଣ୍ଣପଦକ ବିଜେତା ହୋଇଛନ୍ତି । ଏଣୁ ତାଙ୍କୁ ଆଇଜିଆଇଟି ସରାଙ୍ଗ ତଥା ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଇଅଛି। ଏହା ପୂର୍ବରୁ ସୋନାଲିକା ଗତ ବର୍ଷ ମଧ୍ୟ ଓଡିଶା ରାଜ୍ୟ ସ୍ତରୀୟ ଥାଇବକ୍ସିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବ୍ରୋଞ୍ଜ ପଦକ ହାସଲ କରିଥିଲେ । ସୋନାଲିକା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ବରିଷ୍ଠ ସହାୟକ ଭାବ‌େ କାର୍ଯ୍ୟରତ ଝସକେତନ ସାହୁଙ୍କ ଝିଅ ଅଟନ୍ତି । ଜାତୀୟ ସ୍ତରରେ ଏହି ଗୌରବ ପାଇଁ ତାଙ୍କୁ ଦେବଗଡ଼ ଜିଲ୍ଲାର ବିଭିନ୍ନ ମହଲରୁ ମଧ୍ୟ ଶୁଭେଚ୍ଛା ଜ୍ଞାପନ କରାଯାଇଅଛି।